ପୂର୍ବାପେକ୍ଷା କଠୋର ହେବ କଟକଣା: ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର: ୪ ଜିଲ୍ଲା ଓ ଗୋଟିଏ ମ୍ୟୁନସିପାଲଟି କର୍ପୋରେସନକୁ ଫେରିଛି ଲକ୍‌ଡାଉନ୍ । ଏହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ଜୁଲାଇ ୩୧ ଯାଏଁ ଲକଡାଉନ୍ ବଳବତ୍ତର ରହିବ । ଏହି ସମୟରେ କମିଶନରେଟ୍ ପୋଲିସ ଅଞ୍ଚଳରେ କିଭଳି ରହିବ କଟକଣା ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଲକ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ, ମେଡିସିନ ଷ୍ଟୋର ଓ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ଖୋଲାରହିବ । ରାସନ ସାମଗ୍ରୀ ପାଇଁ ଗାଡ଼ି ନେଇ ଯାଇପାରିବେ ନାହିଁ ଲୋକେ । ନିକଟସ୍ଥ ତେଜରାତି ଦୋକାନକୁ ଚାଲି ଚାଲି ଯାଇ ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ । ଏଥିସହିତ ହୋମ୍ ଡେଲିଭରୀର ସେବାକୁ ମଧ୍ୟ ଅନୁମତି ଦିଆଯାଇଛି । ଏମାନଙ୍କ ସହଯୋଗରେ ଲୋକେ ଖାଦ୍ୟ ସାମଗ୍ରୀ ଅର୍ଡର କରିପାରିବେ ।

More checkpoints will help police enforce lockdown - The Hindu

ତେବେ ଚଳିତ ଲକ୍‌ଡାଉନ୍ ପାଇଁ ପୋଲିସ ପକ୍ଷରୁ କୌଣସି ପାସ୍‌ ଦିଆଯିବନାହିଁ । ଅନୁମତିପ୍ରାପ୍ତ ସରକାରୀ ଓ ବେସରକାରୀ ସଂସ୍ଥା ସୀମିତ ସଂଖ୍ୟକୁ କର୍ମଚାରୀଙ୍କୁ ନେଇ କାମ କରିପାରିବେ । ଲକ୍‌ଡାଉନ୍ ସମୟରେ ବ୍ୟାଙ୍କ ଖୋଲାରହିବ । ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିପାରିବେ ବ୍ୟାଙ୍କ । ସେହିଭଳି ଆଇଟି ସଂସ୍ଥାରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟକରିପାରିବେ ।

Working from home because of COVID-19? Here are 10 ways to spend ...

ଅନ୍ୟମାନେ ଓ୍ୱାର୍କ ଫର୍ମ ହୋମ୍ କରିବେ । ଏଥିସହିତ ଜରୁରୀକାଳୀନ ସେବାରେ ଥିବା ସରକାରୀ ସଂସ୍ଥା ମଧ୍ୟ ସୀମିତ ସଂଖ୍ୟାକ କର୍ମଚାରୀଙ୍କୁ ନେଇ କାମକରିବେ । ଅନୁମତିପ୍ରାପ୍ତ ସମସ୍ତ ସଂସ୍ଥାର କର୍ମଚାରୀ ସେମାନଙ୍କ କର୍ମସଂସ୍ଥାନ ଦ୍ୱାର ପ୍ରଦତ୍ତ ପରିଚୟ ପତ୍ର ସହ ସଂସ୍ଥା ଦ୍ୱାରା ଅଫିସ୍ ଆସିବା ନେଇ ପ୍ରଦତ୍ତ ପାସ୍‌କୁ ସାଥିରେ ନେଇ ଯାଇପାରିବେ ।

ଚଳିତ ମାସ ଶେଷ ଯାଏଁ ଟ୍ୱିନ୍ ‌ସିଟିରୁ ହଟିଲା ସାପ୍ତାହିକ ସଟ୍‌ଡାଉନ୍‌

ସେହିପରି ଗଣମାଧ୍ୟମ କର୍ମଚାରୀ ମଧ୍ୟ  ସେମାନଙ୍କୁ ମିଳିଥିବା ପରିଚୟପତ୍ର ଓ ସଂସ୍ଥା ଦ୍ୱାରା ଦିଆଯାଇଥିବା ପାସ୍ ନେଇ କର୍ମସଂସ୍ଥାକୁ ଆସିପାରିବେ । କିନ୍ତୁ ପୂର୍ବରୁ ଗଣମାଧ୍ୟମରେ କାମ କରୁଥିବା କିଛି କର୍ମଚାରୀ ଏବେ ମଧ୍ୟ ପୂର୍ବ ପାସ୍ ନେଇ ଯାଆ ଆସ ହେଉଥିବା ଦେଖିବାକୁ ମିଳିଛି । ଆଗକୁ ଯଦି କେହି ଏଭଳି କରୁଥିବା ନଜରକୁ ଆସେ ତା’ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛି ପୋଲିସ କମିଶନର ।

Outside broadcasting - Wikipedia

ଜାତୀୟ ରାଜପଥ ପାର୍ଶ୍ୱରେ ଢାବା ଖୋଲାରହିବ । କେବଳ ପାର୍ସଲ ନେଇ ଯାଇପାରିବେ ଟ୍ରକ ଡ୍ରାଇଭର । ଏଥିସହିତ ହସ୍ପିଟାଲ ନିକଟବର୍ତ୍ତୀ କିଛି ଅଞ୍ଚଳରେ କିଛି ହୋଟଲେ ଖୋଲା ରହିବ ଯାହାଦ୍ୱାରା ରୋଗୀଙ୍କ ସମ୍ପର୍କୀୟଙ୍କୁ ସୁବିଧା ହେବ ।

Leave a Reply