ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ : ଥାନାରେ ଅଟକ ଥିବା ବେଳେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ

ପୁରୀ: ପୁରୀରେ ହାଜତ ମୃତ୍ୟୁ ଅଭିଯୋଗ । କୌଣସି ଏକ ମାମଲାରେ ବାସେଳୀ ସାହି ଥାନା ପୋଲିସ ଅଟକ ରଖିଥିବା ଜଣେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ସମ୍ପୃକ୍ତ ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ମୃତ ଅଭିଯୁକ୍ତର ଶରୀରରେ ମାଡ଼ର ଦାଗ ରହିଥିବା ସୂଚନା ମିଳିଛି । ତେବେ ଏନେଇ ପୁରୀ ଏସପି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମୃତ ଯୁବକ ଜଣଙ୍କ  ୩୨ ବର୍ଷୀୟ କେ ରମେଶ ।  ରମେଶ କୌଣସି ଅପରାଧିକ କାର୍ଯ୍ୟ କରିବାକୁ ବନ୍ଧୁକ ନେଇ ଆସିଥିବା ପୋଲିସ ସୂଚନା ପାଇ ରମେଶକୁ ଠାବ କରିଥିଲା । ଏହାପରେ ରମେଶ ଓ ପୋଲିସ ମଧ୍ୟରେ ଦୀର୍ଘ ସମୟ ଧରି ଲୁଚକାଳି ଖେଳ ଚାଲିଥିଲା ।

ତେବେ ଏହି ସମୟରେ ପୋଲସ ସହ ରମେଶର ଧସ୍ତାଧସ୍ତି ହୋଇଥିଲା ଏଥିରେ ଯୁବକଙ୍କ ସହ ପୋଲିସ ମଧ୍ୟ ଆହତ ହୋଇଥିଲେ  । ଘଟଣାରେ ରମେଶଙ୍କୁ ମେଡ଼ିକାଲକୁ ନେବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସମ୍ପୃକ୍ତ ଯୁବକଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରୁଜୁ ଅଛି । ଏବଂ ନିକଟରେ ସେ ଅନୁଗୁଳ ଜେଲରୁ ମୁକୁଳିଥିବା ସୂଚନା ଦେଇଛନ୍ତି ପୁରୀ ଏସପି ।

Leave a Reply