IIFL ଲୁଟ ଘଟଣା: ଏପର୍ଯ୍ୟନ୍ତ ସୁଦ୍ଧା ବାହାରିଲାଣି ୩ କେଜି ସୁନା ଆଉ କେତେ ?

କଟକ: କଟକ ଆଇଆଇଏଫଲ ଲୁଟ ଘଟଣାରେ ବଢିଲା ଗିରଫଦାରୀ ସଂଖ୍ୟା । ନୟାସଡକ ଆଇଆଇଏଫଏଲ ଫାଇନାନ୍ସ ଲୁଟ ଘଟଣାରେ ଦୁଇ ଜୁଏଲରୀ ବ୍ୟବସାୟୀ ଗିରଫ କରିଛି ପୋଲିସ । ମଙ୍ଗଳାବାଗ ଓ ପୁରୀଘାଟର ଦୁଇ ଜୁଏଲରୀ ବ୍ୟବସାୟୀଙ୍କୁ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଲାଲା ସହିତ ସଂପୃକ୍ତି ନେଇ ଗିରଫ କରିଛି କମିଶନରେଟ ପୋଲିସ । ପୂର୍ବରୁ ମାଷ୍ଟରମାଇଣ୍ଡ ଲାଲା ଅମ୍ରିତ ରାୟଙ୍କ ସମେତ ୫ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ । ଯାହାର ଅବଧି ଆଜି ସରୁଛି ।

ରିମାଣ୍ଡ ବେଳେ ଘଟଣାସ୍ଥଳରେ ଅଭିଯୁକ୍ତଙ୍କୁ ଧରି ଡେମୋ କରାଯାଇଛି । ରିମାଣ୍ଡରେ ଥିବା ମାଷ୍ଟର ମାଇଣ୍ଡ ଓ ୪ ଲୁଟେରା ପୋଲିସକୁ ଲୁଟ୍‌ର ଲାଇଭ ଦୃଶ୍ୟ ଦେଖାଇଥିଲେ । ପ୍ରଥମେ ମୁଖ୍ୟରାସ୍ତାରେ ପରେ ଶାଖା ଭିତରେ ଡେମୋ କରାଯାଇଥିଲା । ସେପଟେ ବଜ୍ରକବାଟୀ ରୋଡରେ ଥିବା ମାନାପୁରମ ଶାଖା ମ୍ୟାନେଜର ପିତାମ୍ବର ସାହୁଙ୍କୁ ଉଠାଇନେଇଥିଲା ପୋଲିସ । ତାଙ୍କୁ ପଚରାଉଚରା ଜାରି ରହିଛି  । ନକଲି ପ୍ରୋଫାଇଲ କରି ଲୋନ ଦିଆଯାଉଥିଲା ବୋଲି ପୋଲିସ ଜାଣିବାକୁ ପାଇଛି  ।

ପିତାମ୍ବର  ଗତ ୫ ବର୍ଷ ହେବ ମାନାପୁରମର ବିଭିନ୍ନ ଶାଖାରେ କାମ କରୁଥିଲେ । ସେପଟେ ଘଟଣାରେ ପୂର୍ବରୁ ଲାଲା, ଭାଇ ରଂଜନ ଓ ପ୍ରମୁଖ ସହଯୋଗୀ ନୀଳିମା ଲେଙ୍କାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଫେକ୍ ଆକାଉଣ୍ଟ କରି ଏମାନେ ଲୁଟର ରଚିଥିଲେ ବ୍ଲୁ ପ୍ରିଣ୍ଟ । ଘଟଣାରେ ଏବେ ସୁଦ୍ଧା ୩ କେଜି ସୁନା ଓ ୫ ଲକ୍ଷ ଟଙ୍କା ଜବତ ହୋଇଛି । ଏହାସହ ଅଭିଯୁକ୍ତଙ୍କ ଘରୁ ଅଡି କାର, ବଜାଜ ପଲସର ଓ ହୋଣ୍ଡା ଗାଡି ବି ଜବତ କରିଛି ପୋଲିସ ।

Leave a Reply