କଟକ ମାହାଙ୍ଗାରେ ଡବଲ ମର୍ଡର ଘଟଣା: ୪ଜଣଙ୍କୁ ଗିରଫ କଲା ମାହାଙ୍ଗା ପୋଲିସ

କଟକ: କଟକ ମାହାଙ୍ଗାରେ ହୋଇଥିବା ଡବଲ ମର୍ଡର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆସିବାରେ ଲାଗିଛି ବିଭିନ୍ନ ପ୍ରକାରର ପ୍ରତିକ୍ରିୟ । ତେବେ ପରିବାର ଲୋକଙ୍କ ସଠିକ୍‌ ଅଭିଯୋଗ ପାଇଁ ଦାବି କରିଥିଲେ । ପରିବାର ଲୋକଙ୍କର ଅଭିଯୋଗ ପରେ ଗ୍ରାମାଞ୍ଚଳ ଏସ୍‌ପିଙ୍କ ଦ୍ୱାରା ତ୍ୱରିତ ତଦନ୍ତ ଆରମ୍ଭ ହୋଇଥିଲା। ଏହା ପରେ ୪ଜଣଙ୍କୁ ଗିରଫ କରିଛି ମାହାଙ୍ଗା ପୋଲିସ । ୪ ଅଭିଯୁକ୍ତଙ୍କୁ ଅଜ୍ଞାତ ସ୍ଥାନରେ ପଚରାଉଚରା କରାଯାଉଛି ।

ଗତକାଲି ରାତିରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ ଜାରି ରହିଛି । ମାହାଙ୍ଗା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସେମାନଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ । ପରିବାର ପକ୍ଷରୁ ୧୨ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା ।

କଟକ ଗ୍ରାମାଞ୍ଚଳ ପୋଲିସ ନେତୃତ୍ବରେ ୫ଟି ଟିମ୍ ଘଟଣାର ତଦନ୍ତ କରୁଛି। ହତ୍ୟାକାଣ୍ଡ ପଛର କାରଣ ଓ ତଦନ୍ତ ଅଗ୍ରଗତି ସଂପର୍କରେ ପ୍ରେସମିଟ୍‌ରେ ସବିଶେଷ ସୂଚନା ଦିଆଯିବ ବୋଲି କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି । ଗତ ୨ତାରିଖ ରାତିରେ କୁଳମଣି ଓ ଦିବ୍ୟସିଂହ ଏକ ବାଇକରେ ଜଙ୍କୋଟି ଗାଁରୁ ମୃତାଙ୍ଗ ଫେରୁଥିବା ବେଳେ ୧୦ରୁ ୧୨ଜଣ ଦୁର୍ବୃତ୍ତ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥଲେ।

Leave a Reply