ସେଣ୍ଟ୍ରାଲ ଭିସ୍ତାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ମୋଦି ସରକାରର ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ ଭିସ୍ତାକୁ ସୁପ୍ରିମକୋର୍ଟଙ୍କ ଅନୁମତି । ଏନେଇ ଗ୍ରୀନ ସିଗନାଲ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ନୂତନ ସଂସଦ ଭବନ ନେଇ କେନ୍ଦ୍ର ସରକାର ଟାଟା କମ୍ପାନୀଙ୍କୁ ନିର୍ମାଣ କାର୍ଯ୍ୟ ଦେଇଥିବା ବେଳେ ଏହାକୁ ବିରୋଧ କରି ଅନେକ ଯାଚିକା ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା । ଆଜି ଏହା ଉପରେ ଶୁଣାଣୀ ରହିଥିଲା । ଶେଷରେ ସର୍ବୋଚ୍ଚ ଅଦାଲତ ସଂସଦ ଭବନ ନିର୍ମାଣ ନେଇ ଗ୍ରୀନ ସିଗନାଲ ପ୍ରଦାନ କରିଛନ୍ତି ।

ନୂତନ ସଂସଦ ଭବନ ନିର୍ମାଣ ହେବା ନିଷ୍ପତିକୁ ଅନେକ ସଂଗଠନ ବିରୋଧ କରିଥିଲେ  । ପର୍ଯ୍ୟାବରଣ ଉପରେ ଏହାର ପ୍ରଭାବ ପଡିବା ଦର୍ଶାଇ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଥିଲେ  । ଏନେଇ ସର୍ବୋଚ୍ଚ ନ୍ୟାୟାଳୟ ଏକ ତିନି ଜଣିଆ କମିଟି ଗଠନ କରିଥିଲେ  ।

ଯେଉଁଥିରେ ଜଷ୍ଟିସ ଏମ ଖାନବିଲ୍କର, ଜଷ୍ଟିସ ଦିନେଶ ମାହେଶ୍ୱରୀ, ଏବଂ ସଞ୍ଜୀବ ଖାନା ସଦସ୍ୟ ରହିଥିଲେ । ସମସ୍ତ ସଦସ୍ୟଙ୍କୁ ନେଇ ଆଜି ଶୁଣାଣୀ ହୋଇଛି । ପର୍ଯ୍ୟାବରଣ ବିଭାଗର ନିର୍ଦେଶକୁ ଅନୁପାଳନ କରାଯାଇଛି । ଏବଂ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟ ସେଣ୍ଟ୍ରାଲ ଭିସ୍ତା କମ୍ପାନୀଙ୍କୁ ପ୍ରଦାନ କରିଯାଉଥିବା କହିଛନ୍ତି ସୁପ୍ରିମକୋର୍ଟ ।

Leave a Reply