US Capitol Violence: ଡୋନାଲ୍ସ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ପ୍ରସ୍ତୁତ ହେଉଛି ଡେମୋକ୍ରେଟିକ୍ ପାର୍ଟି

1 min read

ୱାଶିଂଟନ: ଆମେରିକା ସଂସଦ ଭବନରେ ହିଂସା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି । ବର୍ତ୍ତମାନ ଡେମୋକ୍ରେଟିକ୍ ପାର୍ଟି ତାଙ୍କୁ ଘେରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି । ସୂଚନା ଅନୁଯାୟୀ ସୋମବାର ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ (Impeachment) ଅଣାଯାଇପାରେ । ପୂର୍ବ ସପ୍ତାହ ବୁଧବାର ଦିନ ଟ୍ରମ୍ପଙ୍କ ସମର୍ଥକ ମାନେ ଆମେରିକା ସଂସଦ ଭବନ ଭିତରକୁ ଧସେଇ ପଶିଥିଲେ । ଟ୍ରମ୍ପଙ୍କ ସମର୍ଥକ ମାନେ ସଂସଦର ମିଳିତ ଅଧିବେଶନକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଯେଉଁ ସମର୍ଥକ ମାନେ କ୍ୟାପିଟାଲ ବିଲଡିଂ ଭିତରେ ଧସେଇ ପଶିଥିଲେ ସେମାନେଙ୍କୁ ଟ୍ରମ୍ପ ଟ୍ୱିଟରରେ ଦେଶଭକ୍ତ ବୋଲି କହିଥିଲେ ।

ସାଂସଦ ଟେଡ ଲିୟୁ ଟ୍ୱିଟ କରି କହିଛନ୍ତି ଯେ, ଟ୍ରମ୍ପଙ୍କ ବିରୋଧରେ ସୋମବାର ମହାଭିଯୋଗ ଆଣିବାପାଇଁ ପ୍ରସ୍ତୁତି ଚାଲିଛି । ସୂଚନା ଅନୁଯାୟୀ ଡିସେମ୍ବର ୨୦୧୯ ମସିହାରେ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଣିବାପାଇଁ ଲିୟୁ ଖୁବ ସକ୍ରିୟ ହୋଇଥିଲେ । ଆମେରିକା ସଂସଦର ସ୍ପିକର ନେନ୍ସି ପେଲୋସୀ ମଧ୍ୟ ଟ୍ରମ୍ପଙ୍କ ରାଷ୍ଟ୍ରପତି ପଦରୁ ତୁରନ୍ତ ହଟିବା ପାଇଁ ଦାବି କରିଥିଲେ । ଟ୍ରମ୍ପ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯାହାଙ୍କ କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମହାଭିଯୋଗ ଆସିପାରେ । ତାଙ୍କ ଉପରେ ରାଷ୍ଟ୍ରପତି ନିର୍ବାଚନ ବେଳେ ୟୁକ୍ରେନର ସାହାଯ୍ୟ ନେଇଥିବା ଅଭିଯୋଗ ରହିଛି ।

ମହାଭିଯୋଗ କ’ଣ ?

ଆମେରିକା ସମ୍ବିଧାନ ମୁତାବକ ରାଷ୍ଟ୍ରପତିଙ୍କ ବିରୋଧରେ ଦେଶଦ୍ରୋହ, ଲାଞ୍ଚ ନେବା ଏବଂ ଅନ୍ୟ ଗମ୍ଭୀର ଅପରାଧ ପାଇଁ ମହାଭିଯୋଗ ଅଣାଯାଇଥାଏ । ମହାଭିଯୋଗ ଅଧିନରେ ତଦନ୍ତ ପରେ ଅପରାଧର ପ୍ରମାଣ ପାଇବା ପରେ ସଂସଦର ନ୍ୟାୟ କମିଟି ନିକଟକୁ ପଠାଯାଇଥାଏ । ଏହି ସମିତି ତଦନ୍ତ, ଶୁଣାଣୀ, ଡ୍ରାଫ୍ଟ କରିବା ପରେ ସମସ୍ତ ତଥ୍ୟ ସିନେଟର ସଦସ୍ୟ ମାନଙ୍କୁ ହସ୍ତାନ୍ତର କରିଥାଏ । ଏହାପରେ ନିଷ୍ପତ୍ତି ନିଆଯାଇଥାଏ ଯେ ଦଣ୍ଡ ଦିଆଯିବ ନା ନାହିଁ । ଏହି ପ୍ରକ୍ରିୟାରେ ପ୍ରାୟ ୩ ମାସ ସମୟ ଲାଗିଥାଏ । ବର୍ତ୍ତମାନ ଯେହେତୁ କ୍ୟାପିଟାଲ ହିଲ ଉପରେ ଆକ୍ରମଣ ହୋଇଛି, ତେଣୁ ଡେମୋକ୍ରେଟିକର ସଦସ୍ୟ ମାନେ ତଦନ୍ତର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

Leave a Reply