ଶ୍ରୀମନ୍ଦିର ବିକାଶ ପାଇଁ ଲକ୍ଷେ ଟଙ୍କା ଦାନ ସହ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ସମ୍ମାନ ଜଣାଇଲେ ଧର୍ମେନ୍ଦ୍ର

1 min read

ପୁରୀ: ଶ୍ରୀମନ୍ଦିର ବିକାଶ ନେଇ ସହଯୋଗ କରିବେ କେନ୍ଦ୍ର ସରକାର । ଶ୍ରୀମନ୍ଦିର ନେଇ ରାଜ୍ୟ ସରକାର ଯେଉଁ ପରିକଳ୍ପନା କରିଛନ୍ତି ତାହାକୁ ଭାରତ ସରକାର ସହଯୋଗ କରୁଛନ୍ତି ଓ କରିବେ । ଏହାସହିତ ଶ୍ରୀମନ୍ଦିର ସେବାୟତ ମାନଙ୍କ ପାଇଁ ସ୍କିଲ ଡେଭଲପ୍‌ମେଣ୍ଟ ମାଧ୍ୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ପୁରୀ ଗସ୍ତ ଅବସରରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଧର୍ମେନ୍ଦ୍ର ଶ୍ରୀମନ୍ଦିର ବିକାଶ ପାଇଁ ନିଜ ଦରମାରୁ ଏକ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ବିକାଶ ପାଇଁ ପ୍ରତ୍ୟେକ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂକଳ୍ପକୁ ସମ୍ମାନ ଜଣାଇବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଧର୍ମେନ୍ଦ୍ର ।

ସେପଟେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ଯୋଜନା ଆରମ୍ଭ କରିଛନ୍ତି । ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଶ୍ରୀକ୍ଷେତ୍ରର ବିକାଶ ସାରା ବିଶ୍ୱ ଦେଖିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସକୁ ସବୁ ମହଲରୁ ଧନ୍ୟବାଦର ଶୁଅ ଛୁଟିଛି । ଓଡ଼ିଆ ଜାତିର ପରମ୍ପରା, ଐତିହ୍ୟ ଓ ମର୍ଯ୍ୟାଦାର ପ୍ରତୀକ ହେଉଛି ଶ୍ରୀକ୍ଷେତ୍ର । ଶ୍ରୀଜଗନ୍ନାଥ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆରାଧ୍ୟ ଦେବତା । ବିଶ୍ୱନିୟନ୍ତାଙ୍କ ନୀଳାଚଳର ବିକାଶ ସ୍ୱାଗତଯୋଗ୍ୟ ବୋଲି ରାଜନେତା ଓ ବୁଦ୍ଧିଜୀବୀ କହିଛନ୍ତି ।

Leave a Reply