ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ସମ୍ପାଦକ ଦାୟିତ୍ୱ ନେଲେ ଡଃ ଉମାକାନ୍ତ ମିଶ୍ର

ଭୁବନେଶ୍ୱର: ନୂଆ ପରିପାଟୀରେ ଡିସେମ୍ୱର ପହିଲାରୁ ପ୍ରକାଶ ହେବାକୁ ଯାଉଛି ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ । ଏହାର ସମ୍ପାଦକ ଦାୟିତ୍ୱ ନେଇଛନ୍ତି ଡଃ ଉମାକାନ୍ତ ମିଶ୍ର । ପିଆଇବିର ପୂର୍ବତନ ନିର୍ଦ୍ଦେଶକ ଡଃ ମିଶ୍ର ୧୯୭୩ ମସିହାରେ ଭାରତୀୟ ସୂଚନା ସେବାରେ ଯୋଗ ଦେଇଥିଲେ । ଦୀର୍ଘ ୨୬ ବର୍ଷ ସରକାରୀ ସୂଚନା ଅଧିକାରୀ ଭାବେ ଦାୟିତ୍ୱ ସମ୍ପୂର୍ଣ୍ଣ କରିଛନ୍ତି । ସେ ଡିଏଭିପିର ମହାନିର୍ଦ୍ଦେଶକ, କଟକ ଫିଲ୍ମ ସେନସର ବୋର୍ଡର ଆଞ୍ଚଳିକ ଅଧିକାରୀ, ରେଳବାଇ ଗଣ ଯୋଗାଯୋଗ ବିଭାଗ ନିର୍ଦ୍ଦେଶକ, ଭାରତୀୟ ଜନସଞ୍ଚାର ସଂସ୍ଥାନର ପ୍ରଫେସର ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଡଃ ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ଏହାବ୍ୟତୀତ ଭିଜିଲାନ୍ସ କମିଶନର, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୋଗାଯୋଗ ବିଭାଗରେ ବିଶେଷଜ୍ଞ ଭାବେ କାର୍ଯ୍ୟ କରିଛନ୍ତି । ସରକାରୀ ଚାକିରିରୁ ଅବସର ନେବା ପରେ ସେ ଇଣ୍ଡିଆ ଗ୍ରୁପ ନ୍ୟୁଜ୍ ଟିଭି ଚ୍ୟାନେଲ ଓ ଆଜ୍ ସମାଜ ଖବର କାଗଜର ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।

 

Leave a Reply