କୃଣାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକ, ପାଖରେ ଅଧିକ ମାତ୍ରାରେ ସୁନା ଥିବା ସନ୍ଦେହ

1 min read

ମୁମ୍ବାଇ: ଆଇପିଏଲ ୨୦୨୦ ସରିଯାଇଛି । ଦୁବାଇରେ ଆଇପିଏଲ ଖେଳ ସମାପ୍ତା ହୋଇ, ସମସ୍ତ ଖେଳାଳି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଭାରତୀୟ କ୍ରିକେଟର କୃଣାଲ ପାଣ୍ଡ୍ୟାଙ୍କୁ ଡାୟରେକ୍ଟରେଟ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (DRI) ଗୁରୁବାର ଦିନ ମୁମ୍ବାଇ ଏୟାରପୋର୍ଟରେ ଅଟକାଇଥିଲେ ।

ଅଘୋଷିତ ସୁନା ଏବଂ କିଛି ମୂଲ୍ୟବାନ ଜିନିଷ ପାଖରେ ରଖିଥିବାରୁ କୃଣାଲ ପାଣ୍ଡ୍ୟାଙ୍କୁ ଏୟାରପୋର୍ଟରେ ଅଟକାଯାଇଥିଲା । ତାଙ୍କ ସହ DRI ବିଭାଗର କିଛି କର୍ମଚାରୀ ପଚରାଉଚରା କରିଥିଲେ । କୃଣାଲ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଟିମର ଖେଳାଳି ଅଟନ୍ତି । ସେ ଅଲରାଉଣ୍ଡ ପ୍ଲେୟର ହାର୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ । ଆଇପିଏଲରେ ଦୁଇ ଭାଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଆସୁଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ନଭେମ୍ବର ୧୦ରେ ଦୁବାଇରେ ଅନୁଷ୍ଠିତ ହୋଇଥିବା ଆଇପିଏଲ ୨୦୨୦ର ଫାଇନାଲ ମ୍ୟାଟକେ ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରି ପଞ୍ଚମ ଥର ପାଇଁ ଟାଇଟଲ ହାସଲ କରିଥିଲା । କୃଣାଲ ପାଣ୍ଡ୍ୟା ଆଇପିଏଲରେ ମୁମ୍ବାଇ ଅଣ୍ଡିଆନ୍ସ ପାଇଁ ୭୧ଟି ମ୍ୟାଚ ଖେଳିଛନ୍ତି । ୨୦୧୭ ମସିହାରେ ହୋଇଥିବା ଆଇପିଏଲରେ ସେ ମ୍ୟାନ ଅଫ ଦି ମ୍ୟାଚ ମଧ୍ୟ ହୋଇଥିଲେ ।

ଚଳିତ ବର୍ଷ ଆଇପିଏଲରେ କିଙ୍ଗସ୍ ଇଲେଭେନ ପଞ୍ଜାବ ଟିମର ଅଧିନାୟକ କେଏଲ ରାହୁଲ ଅରେଞ୍ଜ କ୍ୟାପ ଜିତିଛନ୍ତି । ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲର ବଲର କଗିସୋ ରବାଡା ପର୍ପଲ କ୍ୟାପ ଜିତିଛନ୍ତି । ରବାଡା ୧୭ ମ୍ୟାଚରେ ୩୦ଟି ୱିକେଟ ହାସଲ କରିଛନ୍ତି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସର ବଲର ଜଶପ୍ରିତ ବୁମରା ୨୭ଟି ୱିକେଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

Leave a Reply