ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ପାଇଁ ଇଷ୍ଟକୋଷ୍ଟ ରେଲୱେର ପଦକ୍ଷେପ

ଭୁବନେଶ୍ୱର: ତାଲାବନ୍ଦ ଭିତରେ ଘରେ ବନ୍ଦୀ ହୋଇ ରହିଛି ଜୀବନ । ଗଡ଼ୁନି ବସ୍ କି ଟ୍ରେନ୍ । ଜରୁରୀ କାମ ନଥିଲେ ଘରୁ ବାହାରିବା ମନା । ବିଶ୍ୱ ପାଇଁ କରୋନା ନେଇ ଆସିଥିବା ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ସେବା ଯୋଗାଇ ଚାଲିଛି ଇଷ୍ଟକୋଷ୍ଟ ରେଲୱେ । ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ଜାରି ରହିଛି । ସରକାରୀ ସ୍ତରରେ ଜରୁରୀ ସାମଗ୍ରୀ ପରିବହନ କରୁଥିବା ଇଷ୍ଟକୋଷ୍ଟ ରେଲୱେ ଜନସାଧାରଣଙ୍କ ଜିନିଷ ମଧ୍ୟ ଆପଣଙ୍କ ପାଖେ ପହଞ୍ଚାଇବ ।

ଆପଣ ଚାହିଁଲେ ଦୂରରେ ଥିବା ସମ୍ପର୍କୀୟଙ୍କ ନିକଟକୁ କୌଣସି ଅତ୍ୟାବଶ୍ୟକୀୟ ସାମଗ୍ରୀ ଇଷ୍ଟକୋଷ୍ଟ ରେଲୱେ ମାଧ୍ୟମରେ ପଠାଇ ପାରିବେ । ଏଥିପାଇଁ ଇଷ୍ଟକୋଷ୍ଟ ରେଲୱେ ପାର୍ସଲ ଏକ୍ସପ୍ରେସ୍ ଟ୍ରେନ୍ ସେବା ଜାରି ରଖିଥିବା ସୂଚନା ଦେଇଛି । ଏଥିପାଇଁ ରେଲୱେ ପକ୍ଷରୁ ଏକ ନମ୍ବର ମଧ୍ୟ ଜାରି କରାଯାଇଛି । ୮୪୫୫୮୮୫୯୯୯ ନମ୍ବରରେ କଲ୍ କରି ଯେ କେହିବି ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇବା ସହ ସୂଚନା ପାଇପାରିବେ ବୋଲି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ କୁହାଯାଇଛି ।

କରୋନା ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀଙ୍କ ପ୍ରେସମିଟ୍

Leave a Reply