ବଢ଼ୁଛି ହାତୀ ଉପଦ୍ରବ, ଅତିଷ୍ଟ ହେଲେଣି ଗ୍ରାମବାସୀ

Cows Vs Elephants See Videos From Karanjia

ନୀଳଗିରି: ପୁଣି ହାତୀ ଆତଙ୍କ । ନୀଳଗିରି ଅଞ୍ଚଳରେ ହାତୀଙ୍କ ଉପଦ୍ରବ ପୁଣି ଲୋକଙ୍କୁ ଆତଙ୍କିତ କରି ରଖିଛି । ହେକ୍ଟର ହେକ୍ଟର ଜମିରେ ହାତୀଙ୍କ ଚଲାବୁଲା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଛି । କୁଲଢ଼ିଆ ହାତୀ ପଲ୍ଲ ପାଚିଲା ଧାନ ଖାଇବା ପାଇଁ ଜଙ୍ଗଲ ଛାଡି ଏବେ ଗାଁ ମୁହାଁ ହୋଇଛନ୍ତି । କହିବାକୁ ଗଲେ ଏହି ଅଞ୍ଚଳଟି ଦେବଗିରି ପାହାଡ଼ ପାଦଦେଶରେ ରହିଥିବାରୁ ବର୍ଷ ତମାମ ଏହିଭଳି ପରିସ୍ଥିତି ଦେଖାଯାଇଥାଏ । ହାତୀଙ୍କ ଉପଦ୍ରବ ଅନେକ ସମୟରେ ଲୋକଙ୍କୁ ଚିନ୍ତାରେ ପକାଇଥାଏ । ବର୍ଷ ଯାକର ପରିଶ୍ରମ ହାତୀ ପଲ୍ଲ ନଷ୍ଟ କରି ଦିଅନ୍ତି । ଏମିତିକିଙ୍କୁ ହାତୀ ହାବୁଡ଼ରେ ପଡ଼ି ଲୋକଙ୍କ ଚୀବନ ମଧ୍ୟ ଯାଇଛି ।

ତେବେ ହାତୀଙ୍କୁ ଘଉଡ଼ାଇବା ପାଇଁ ପ୍ରଶାସନ ତଥା ବନ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ପ୍ରଶାସନ ଏଥିପତି ଦୃଷ୍ଟି ଦେଉନାହାନ୍ତି । କିମ୍ବା ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ବାଟ ବାହାର କରୁନାହାନ୍ତି । ଅନ୍ୟପଟେ ଉକ୍ତ ଅଞ୍ଚଳ ପାଇଁ କିଛି ଦିନ ପୂର୍ବରୁ ହାତୀ ଉପଦ୍ରଵ ରୋକିବା ଲାଗି ସୋଲାର ସିଷ୍ଟମ କରେଣ୍ଟ ଖୁଣ୍ଟି ଗୁଡିକ ବସା ଯାଇଥିଲା, ହେଲେ ତାହା ସମ୍ପୂର୍ଣ ଭାବେ ଖରାପ ହୋଇ ପଢିଛି । ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏସବୁ ପରିସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ ବାସିନ୍ଧା ଅଭିଯୋଗ କରିଛନ୍ତି ।

ଯାହା ଫଳରେ ଲୋକେ ଗଛ ଉପରେ ଭାଡ଼ି କରି ରାତି ସାରା ଧାନ ଫସଲ ଯଗୁଛନ୍ତି । ହେଲେ କୋଣସି ସୁଫଳ ସୁଫଳ ମିଳୁନି । ଉକ୍ତ ଅଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢିବାରେ ଲାଗିଛି । ତେଣୁ କ୍ଷୟକ୍ଷତି ହୋଇଥିବା ଚାଷୀ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ସହିତ, ଉକ୍ତ ଅଞ୍ଚଳର ହାତୀ ଉପଦ୍ରଵ ରୋକିବା ଲାଗି ପ୍ରଶାସନଙ୍କ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Leave a Reply