ପୁଣି ଆରମ୍ଭ ହେଲା ଲକ୍‌ଡାଉନ୍‌ ଫର୍ମୁଲା, ସଂକ୍ରମଣ ରୋକିବାକୁ ଏଭଳି ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ

London PM Jhonson

ନୂଆଦିଲ୍ଲୀ: ପୁଣି ଆରମ୍ଭ ହେଲା ଲକ୍‌ଡାଉନ୍‌ ଫର୍ମୁଲା । ଦିନକୁ ୨୦ ହଜାରରୁ ଅଧିକ ସଂକ୍ରମଣ ହେଉଥିବାରୁ ପୁଣି ଲକ୍‌ଡାଉନ୍‌ ନିଷ୍ପତ୍ତି ନିଆଯାଇଛି । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ ବୋରିସ୍‌ ଏନେଇ ଘୋଷଣା କରିଛନ୍ତି । ଆଗାମୀ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ନିୟମ ବଳବତ୍ତର ରହିବ । ଏକ୍‌ଡାଉନ୍‌ ନିୟମକୁ ସମସ୍ତେ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

London

ବ୍ରିଟେନ୍‌ରେ ଦିନକୁ ୨୦ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ କେବଳ ଇଂଲଣ୍ଡରେ ୩୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରର ଜନ୍‌ସନ୍‌ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତି ନେବା ପୂର୍ବରୁ ସେ ମନ୍ତ୍ରୀ ମଣ୍ଡଳ ବୈଠକ ଡକାଇଥିଲେ । ସମସ୍ତଙ୍କ ସହ ଏନେଇ ମତାମତ ଲୋଡ଼ିଥିଲେ ଏବଂ ଆଲୋଚନା କରିଥିଲେ । ଆଲୋଚନା କରିବା ପରେ ଏହି ଏକ୍‌ଡାଉନ୍‌ ନିଷ୍ପତ୍ତି ନିଆଯାଇଛି ।

London

ଳକ୍‌ଡାଉନ୍‌ ସମୟରେ ସ୍କୁଲ କଲେଜ୍‌ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପବ୍‌, ରେସ୍ତାରାଂ ଓ ହୋଟେଲ ଆଦି ବନ୍ଦ ରଖିବାକୁ କୁହାଯାଇଛି । ଲକ୍‌ଡାଉନ୍‌ ସମ୍ପର୍କିତ ସୂଚନା ନେଇ ଜନ୍‌ସନ୍‌ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ଇଂଲଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ସୁଦ୍ଧା ୧୦ ଲକ୍ଷ ଅତିକ୍ରମ କରିସାରିଲାଣି । ନିହାତି ଭାବେ ଏହା ଏକ ଚିନ୍ତାର ବିଷୟ । ତେଣୁ ଲକ୍ ଡାଉନ୍‌ ସମୟରେ, ଅତି ଆବଶ୍ୟକ ପଡ଼ିଲେ ଘରୁ ବାହାରିବାକୁ କୁହାଯାଇଛି । ନଚେତ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି ।

Leave a Reply