ଜୀବନ ଆଶାରେ ଶବ ସହ ୧୦ ଦିନ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବରଗଡ଼: ଦେହରୁ ଆତ୍ମା ଚାଲିଗଲା ପରେ ଶରୀରର ସ୍ଥାନ ଶ୍ମଶାନରେ ଥାଏ। କାରଣ ରକ୍ତ ହାଡ଼ ମାଂସ ମିଶା ଶରୀରେ ପ୍ରାଣବାୟୁ ଥିବା ପର୍ଯ୍ୟନ୍ତ ସକ୍ରିୟ। ଆଉ ପ୍ରାଣବାୟୁ ଉଡ଼ିଗଲା ପରେ ସମାଜରେ ତାର କୌଣସି ସ୍ଥାନ ନାହିଁ। ଯଦି କିଛି ବର୍ଷ ତଳକୁ ଚାଲିଯିବା ତେବେ ଏମିତି କିଛି ଦେଶ ଆମ ସାମ୍ନାକୁ ଆସିବ ଯେଉଁଠାରେ ବର୍ଷ ବର୍ଷ ଧରି ମଣିଷ ଶବକୁ ସତ୍କାର ନକରି ସଂଗ୍ରହ କରି ରଖୁଥିଲେ। କାରଣ ସେମାନଙ୍କର ବିଶ୍ୱାସ ଥିଲା କି ଏହି ମୃତ ଶରୀରରେ ପୁଣି ଥରେ ଆତ୍ମା ପ୍ରବେଶ କରିବ ଏବଂ ମୃତ ଶରୀରରେ ପ୍ରାଣ ଭରି ହୋଇଯିବ। କିନ୍ତୁ ଆଜିର ଶିକ୍ଷିତ ସମାଜରେ ଏଭଳି ଭାବନା କାହା ମନକୁ ଆସିବା ଏକ ବଡ଼ ଘଟଣା ଠାରୁ କମ୍‌ ନୁହେଁ।

ବାପାଙ୍କ ଆତ୍ମା ପୁଣି ଫେରି ଆସିବ। ମୃତ ଶରୀର ପୁଣି ଉଠି ବସିବ, ପୂର୍ବ ଭଳି ହସିବ। ସେ ଆମକୁ ଛାଡ଼ି କେବେ ବି ଯାଇପାରିବେ ନାହିଁ। ଆମକୁ ସେ ବହୁତ ଭଲ ପାଆନ୍ତି। ଏମିତି କିଛି ଅନ୍ଧବିଶ୍ୱାସକୁ ଜାବୁଡ଼ି ଶବ ସହ ୧୦ ଦିନ କାଟିଛନ୍ତି ପରିବାର। ପଚିସଢ଼ି ଦୁର୍ଗନ୍ଧ ହେଉଥିବା ଶବ ସହ ଏକ ବନ୍ଦ କୋଠରୀରେ ପୂରା ପରିବାର ୧୦ ଦିନ କାଟିଛନ୍ତି। ଅବିଶ୍ୱାସ ଲାଗୁଥିବା ଏ ଘଟଣା ପର ରାଇଜ ଇଜିପ୍ଟର ନୁହେଁ। ଆମ ରାଜ୍ୟ ବରଗଡ଼ ସହରେ ଥଣ୍ଡା ଅନ୍ଧାରରେ ବାହାରି ଆସିଥିବା ଏକ ଅନ୍ଧ ବିଶ୍ୱାସର ସଫା ଚିତ୍ର। ମୃତ ବାପା ପୁଣି ଥରେ ଜୀବନ୍ତ ହୋଇଯିବେ। ଶବ ସହ କେମିତି ରହିଲେ ଏତେ ଭୟଙ୍କର ଗନ୍ଧ ଭିତରେ ତାହା ସେଠାକାର ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି।

ସୂଚନା ଅନୁଯାୟୀ, ବରଗଡ଼ ବରଡୋଲ ପଞ୍ଚାୟତ ଡାଙ୍ଗ ଛକ ଠାରେ ମହେନ୍ଦ୍ର ବାଗ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ପରିବାରରେ ଦୁଇ ଝିଅ, ସ୍ତ୍ରୀ ଓ ଶାଶୂ ଥିବା ବେଳେ ଘର ଚଳାଉଥିବା ଏକମାତ୍ର ପୁରୁଷଙ୍କ ମୃତ୍ୟୁ ସହଜରେ ଗ୍ରହଣ କରିପାରିନଥିଲେ। ଯେଉଁଥିପାଇଁ ପରିବାର ଲୋକେ ଶବକୁ ସତ୍କାର ନକରି ଜୀବନ ଫେରିପାଇବା ଆଶାରେ ଦୀର୍ଘ ୧୦ ଦିନ ଧରି ଘରେ ରଖିଥିଲେ।

ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ହେଲେ ଦୁର୍ଗନ୍ଧରେ ଗୋଟିଏ କୋଠରି ଭିତରେ ଏତେ ଦିନଧରି ପରିବାରର ୪ ସଦସ୍ୟ କେମିତି ରହୁଥିଲେ। ଏହା ପରିବାର ଲୋକଙ୍କ ଅନ୍ଧବିଶ୍ଵାସ ହୋଇପାରେ କିମ୍ବା ଅଧିକ ଭଲପାଇବା ବା ପାଗଳାମୀଷ ଏଭଳି ଖବର ପାଇବା ପରେ ବରଗଡର ସଂକଳ୍ପ ପରିବାର ବରଗଡ଼ ଟାଉନ ପୋଲିସ ସହାୟତାରେ ଶବକୁ ଉଦ୍ଧାର କରି ସତ୍କାର କରିଥିଲେ।

Leave a Reply