ବିଚ୍ ରାସ୍ତାରେ ଯୁବତୀଙ୍କୁ କଲେ ହତ୍ୟା, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ

1 min read

ଫରିଦାବାଦ: ଫରିଦାବାଦର ବଲ୍ଲଭଗଡରେ ଜଣେ ଯୁବତୀଙ୍କୁ ନିର୍ମମ ହତ୍ୟା । ଦିନ ଦିପପରେ କରାଯାଇଥିବା ଆଉ ଏହି ହତ୍ୟାକାଣ୍ଡ ରେକର୍ଡ ହୋଇଛି ସିସିଟିଭିରେ । ଦିନ ଦିପହରେ ଜଣେ ଯୁବତୀଙ୍କୁ ହତ୍ୟାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ମଙ୍ଗଳବାର ଦିନ ସକାଳେ ଉତ୍ୟକ୍ତ ଲୋକେ ମାଂସ ଦୋକାନରେ ପଶି ଦୋକାମ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଯଦିଓ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ତୁରନ୍ତ ଲୋକଙ୍କୁ ଶାନ୍ତ କରିଥିଲା । ଏହା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି । ସେମାନଙ୍କ ସହ ଯୁବତୀଙ୍କ ପରିବାର ମଧ୍ୟ ରାସ୍ତାରେ ଓହ୍ଲାଇଛନ୍ତି ।

ମୃତ ଯୁବତୀଙ୍କ ପରିବାର କହିଛନ୍ତି ଯେ, ଏହା ପ୍ରେମ ସମ୍ପର୍କ ଜନିତ ଘଟଣା । ଆମେ କର୍ତ୍ତୃପକ୍ଷଙ୍କ ନିକଟରେ ଆମ ଦାବି ରଖିଛୁ । ଏହାସହ, ଯୁବତୀଙ୍କ ମାଆ କହିଛନ୍ତି ଯେ ଅପରାଧୀମାନେ ମୋ ଝିଅକୁ ଯେମିତି ମାରିଛନ୍ତି ସେମାନଙ୍କୁ ଠିକ୍ ସେମିତି ଏନକାଉଣ୍ଟର କରାଯାଉ । ଏନକାଉଣ୍ଟର ନହେବା ପର୍ଯ୍ୟନ୍ତ, ମୁଁ ମୋ ଝିଅର ଶବ ସଂସ୍କାର କରିବି ନାହିଁ । ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତ ତୌଫିକଙ୍କୁ ଗିରଫ କରିଛି । କୁହାଯାଉଛି ଯେ ୨୦୧୮ରେ ମଧ୍ୟ ନିକିତାଙ୍କ ପରିବାର ତୌଫିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ, କିନ୍ତୁ ପରେ ମାମଲାର ସମାଧାନ ହୋଇଯାଇଥିଲା ।

https://twitter.com/rajshekharTOI/status/1320926170716663808

କ’ଣ ସମ୍ପୂର୍ଣ୍ଣ ଘଟଣା ?

ଦେଶର ରାଜଧାନୀ ଦିଲ୍ଲୀଠାରୁ ମାତ୍ର ୬୩ କିଲୋମିଟର ଦୂରରେ ଥିବା ହରିୟାଣାର ବଲ୍ଲଭଗଡରେ  ଦିନଦିପହରେ କାରରେ ଆସି ଜୋରଜବରଦସ୍ତ ଯୁବତୀଙ୍କୁ କାର ଭିତରକୁ ଟାଣି ନେବାକୁ ଚେଷ୍ଟା କରିଥିଲେ । ସେଠାରେ ଥିବା ଯୁବତୀଙ୍କ ଜଣେ ବନ୍ଧୁ ବିରୋଧ ମଧ୍ୟ କରିଥିଲେ କିନ୍ତୁ ସେଥିରେ ସେ ସଫଳ ହୁଅନ୍ତି ନାହିଁ । ଏବଂ ସେମାନେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଡରାଇବାକୁ ଲାଗିଥିଲେ ।

ଯେତେବେଳେ ଝିଅଟି ଡରି ନଥିଲା, ସେତେବେଳେ ଯୁବକ ଜଣଙ୍କ ଗୁଳି ଚଳାଇ ଦେଇଥିଲା । ଏବଂ ସେଠାରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ ଯୁବତୀଙ୍କ ନାଁ ନିକିତା ତୋମାର । ସେ +୩ ପରୀକ୍ଷା ଦେଇ ବଲାଭଗଡର ଅଗ୍ରୱାଲ କଲେଜରୁ ଫେରୁଥିଲେ । ସନ୍ଧ୍ୟା ସମୟରେ କାରଟି ଆସି ତାଙ୍କ ପାଖରେ ଅଟକି ଥିଲା ସେଥିରୁ ଜଣେ ଯୁବକ ବହାରି ନିକିତାଙ୍କୁ କାରରେ ବସାଇବାକୁ ଚେଷ୍ଟା କରିଥିଲେ । ଡ୍ରାଇଭିଂ ସିଟରେ ଆଉ ଜଣେ ଯୁବକ ମଧ୍ୟ ଥିଲା । ଯୁବତୀଙ୍କୁ ଦିନ ଦିପହରେ ସେମାନେ ଗୁଳି କରି ସେଠାରୁ ପଳାଇଥିଲେ । ଆଉ ଏବେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଯଦିଓ ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଅନ୍ୟ ଜଣେ ଏବେ ବି ଫେରାର୍ ଅଛି ।

Leave a Reply