କୃଷି ଆନ୍ଦୋଳନକୁ ନେଇ ଗଠିତ କମିଟି ଜଜ ନୁହେଁ: ସୁପ୍ରିମକୋର୍ଟ

Supreme Court Asked Centre How Much Prepared For Third Covid Wave

ନୂଆଦିଲ୍ଲୀ:  କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରୁ ଭୁପିନ୍ଦର ସିଂ ମାନ ଓହରିବା ପରେ ଏହାକୁ ନେଇ ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଛନ୍ତି।

ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଲୋକଙ୍କୁ ବୁଝିବାରେ କିଛି ଭୁଲ୍ ହୋଇଛି । କମିଟିର ଅଂଶ ହେବା ପୂର୍ବରୁ ଜଣେ ବ୍ୟକ୍ତିଙ୍କର ନିଜସ୍ୱ ମତ ରହିପାରେ, ହେଲେ ତା’ର ରାୟ ମଧ୍ୟ ବଦଳିପାରେ ।

ଚିଫ୍ ଜଷ୍ଟିସ୍ ଏସଏ ବୋବଡେ କହିଛନ୍ତି ଯେ ଏହି ମାମଲାରେ ଜଣେ ବ୍ୟକ୍ତି ନିଜସ୍ୱ ମତ ରଖିଥିବାରୁ ସେ କମିଟିର ସଦସ୍ୟ ହେବା ପାଇଁ  ଅଯୋଗ୍ୟ ହୋଇପାରିବ ନାହିଁ, କମିଟିର ସଦସ୍ୟମାନେ କୌଣସି ବିଚାରପତି ନୁହଁନ୍ତି । କମିଟିର ସଦସ୍ୟମାନେ କେବଳ ସେମାନଙ୍କ ମତ ଦେଇପାରିବେ କିନ୍ତୁ ଚୂଡାନ୍ତ ନିଷ୍ପତ୍ତି କେବଳ ବିଚାରପତି ନେଇପାରିବେ । ମୁଖ୍ୟତଃ ଆଇନ ସେବା ପ୍ରାଧିକରଣ ଜରିଆରେ ଆବେଦନ ଦାଖଲ କରିବାରେ ବିଳମ୍ବ ହେଉଥିବାରୁ କୋର୍ଟ ଏକ କମିଟି ବନାଇଛନ୍ତି ଏବଂ ସେହି ସମୟରେ ଏଭଳି ମନ୍ତବ୍ୟ ରଖିଛନ୍ତି ।

କୃଷକ ଆନ୍ଦୋଳନର ପ୍ରସଙ୍ଗରେ ଗଠିତ କମିଟିର ସଦସ୍ୟ ମାନେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ସମସ୍ତ ପକ୍ଷଙ୍କୁ ଭେଟିବୁ। ଏଥିରେ କୃଷକ ସଂଗଠନ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସାମିଲ ରହିବେ ।  ଆମେ ସମସ୍ତଙ୍କ ପକ୍ଷକୁ ଶୁଣିବା ପରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବୁ।

ତେବେ କୃଷକମାନଙ୍କ ସହ ପ୍ରଥମ ବୈଠକ ଜାନୁଆରୀ ୨୧ରେ ଅନୁଷ୍ଠିତ ହେବ। ଆମେ କୃଷକ ସଂଗଠନକୁ ନିବେଦନ କରୁଛୁ ଯେ ସମସ୍ତେ ଆମକୁ ଆସି ସାକ୍ଷାତ କରନ୍ତୁ । ଆଉ  ଆମେ ଏକ ୱେବସାଇଟ୍ ତିଆରି କରିବାକୁ ଚିନ୍ତା କରୁଛୁ ଯାହା ଫଳରେ ଆମେ ସମସ୍ତଙ୍କ ମତାମତ ନେଇପାରିବୁ ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ନୂଆ କୃଷି ଆଇନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । ଏପରିକି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ଆଦେଶ ବଳବତ୍ତର ରହିବ ବୋଲି ପ୍ରକାଶ କରିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ୪ ଜଣିଆ କମିଟି ଗଠନ କରିଥିଲେ ଖଣ୍ଡପୀଠ। ଯେଉଁ କମିଟିରେ କୃଷି ବିଶେଷଜ୍ଞ ଅଶୋକ ଗୁଲାଟି, ଭାରତୀୟ କିଷାନ ୟୁନିଅନ ଅଧ୍ୟକ୍ଷ ଭୂପିନ୍ଦର ସିଂହ ମାନ୍, ପ୍ରମୋଦ ଯୋଶୀ, ଅନିଲ ଧନଓ୍ବନ୍ତ ପ୍ରମୁଖ ରହିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହି କମିଟିରୁ ଭୂପିନ୍ଦର ସିଂହ ମାନ୍ ଓହରି ଯାଇଥିଲେ ।

Leave a Reply