‘ଟ୍ରାକ୍ଟର ପରେଡ୍’‌କୁ ସର୍ତ୍ତମୂଳକ ଅନୁମତି: ରୁଟ୍ ପ୍ଳାନ୍ ଦେଲେ ଚାଷୀ

1 min read

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଚାଷୀ କରିବେ ଟ୍ରାକ୍ଟର ପରେଡ୍  । ଏଥିପାଇଁ ଦିଲ୍ଲୀ ପୋଲିସ ସର୍ତ୍ତମୂଳକ ଅନୁମତି ଦେଇଛି  । ଭିନ୍ନ ଭିନ୍ନ ରୁଟ୍‌ରେ ଶାନ୍ତିପୂର୍ଣ୍ଣ ଭାବେ ପରେଡ କରିବେ ଅନ୍ନଦାତା  ।  ପରେଡ୍‌ରେ ସାମିଲ ହେବ ହଜାର ହଜାର ଟ୍ରାକ୍ଟର । ସାରା ବିଶ୍ବ ଏହି ପରେଡ୍ ଦେଖିବ ବୋଲି ଚାଷୀନେତା କହିଛନ୍ତି । କେଉଁ କେଉଁ ରୁଟ୍‌ରେ ପରେଡ୍‌ ହେବ, ସେନେଇ ଦିଲ୍ଲୀ ପୋଲିସକୁ ଚାଷୀ ରୁଟ୍‌ ପ୍ଲାନ୍ ଦେଇଛନ୍ତି । ଦିଲ୍ଲୀର ତିନୋଟି ସ୍ଥାନରୁ ପରେଡ ପାଇଁ ଅନୁମତି ଦିଆଯାଇଛି  । ଏଥିପାଇଁ ସୀମାରେ ଲାଗିଥିବା ବ୍ୟାରିକେଡକୁ ହଟାଯିବ  । ପରେଡ ପାଇଁ ଆଜି ଦିଲ୍ଲୀ ପୋଲିସ ଓ ଚାଷୀ ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା  । ଅନେକ ସମୟର ଆଲୋଚନା ପରେ ପରେଡର ପ୍ଲାନିଂକୁ ଅନୁମତି ଦିଆଯାଇଛି  । ସିଂଘୁ, ଟିକ୍‌ରି ଓ ଗାଜିପୁର ସୀମାରୁ ଚାଷୀଙ୍କ ଟ୍ରାକ୍ଟର ରାଲି ବାହାରିବ । ରାଲିରେ ଘଣ୍ଟା ପ୍ରତି ୧୫ରୁ ୧୮ କିଲୋମିଟର ବେଗରେ ଟ୍ରାକ୍ଟର ଚାଲିବ । ଏପଟେ ସାଧାରଣତନ୍ତ୍ର ଦିବସରେ ରାଲି ନକରିବାକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପରାମର୍ଶ ଦେଇଛନ୍ତି  । ଚାଷୀମାନେ ଯଦି ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି, ଅନ୍ୟ କୌଣସି ଦିନରେ କରିପାରିବେ ବୋଲି ତୋମାର କହିଛନ୍ତି  । କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ୧୧ ରାଉଣ୍ଡ ବୈଠକ ସରିଥିଲେ ବି ସମାଧାନର ରାସ୍ତା ବାହାରିନି  । ଚାଷୀସଂଘ ସମ୍ପୂର୍ଣ୍ଣ ଭାବେ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ମେସେଞ୍ଜର କି ହ୍ୱାଟ୍ସଆପ୍ ନୁହଁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ନୂଆ ଆପ୍: ଆତଙ୍କୀ କାର୍ଯ୍ୟକଳାପ ନେଇ ପ୍ରସ୍ତୁତ କରୁଛନ୍ତି ବ୍ଲୁ-ପ୍ରିଣ୍ଟ

Leave a Reply