ମୁମ୍ବାଇ ଓ ବେଙ୍ଗଳୁରୁ ସହ ଯୋଡ଼ିହେବ ଝାରସୁଗୁଡ଼ା

ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଝାରସୁଗୁଡ଼ା ସହ ଆକାଶ ପଥରେ ଯୋଡ଼ି ହେବ ଆଉ ୨ଟି ସହର । ମାୟାନଗରୀ ମୁମ୍ବାଇ ସହ ବେଙ୍ଗଳୁରୁକୁ ଝାରସୁଗୁଡ଼ା ବିମାନବନ୍ଦରରୁ ଫ୍ଲାଇଟ୍ ଆରମ୍ଭ ହେବ । ଆସନ୍ତା ଜାନୁଆରୀ ୧୨ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗଳୁରୁକୁ ବିମାନ ଉଡ଼ାଣ କରିବ । ଏନେଇ ଝାରସଗୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି ।

Flight To Take Off Jharsuguda Airport To Mumbai And Bangalore From 12th January

ଏବେ ଝାରସୁଗୁଡ଼ା ବିମାନବନ୍ଦରରୁ ୫ଟି ସହରକୁ ବିମାନ ଉଡ଼ାଣ କରୁଛି । ଭୁବନେଶ୍ୱର, ରାୟପୁର, କୋଲକାତା, ହାଇଦ୍ରାବାଦ ଓ ଦିଲ୍ଲୀକୁ ଝାରସୁଗୁଡ଼ାରୁ ବିମାନ ସେବା ମିଳୁଛି । ଆସନ୍ତା ୧୨ ତାରିଖରୁ ମୁମ୍ବାଇ ଓ ବେଙ୍ଗଳୁରୁକୁ ବିମାନ ସେବା ଆରମ୍ଭ ହେବ । ଫଳରେ ପଶ୍ଚିମ ଓଡ଼ିଶାର ଯାତ୍ରୀଙ୍କୁ ଆଉ କନେକ୍ଟିଂ ଫ୍ଲାଇଟ୍ ଧରିବାକୁ ପଡ଼ିବ ନାହିଁ । ନୂଆବର୍ଷରୁ ମୁମ୍ବାଇ ଓ ବେଙ୍ଗଳୁରୁକୁ ଝାରସୁଗୁଡ଼ାରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକ ଖୁସିବ୍ୟକ୍ତ କରିଛନ୍ତି ।

Leave a Reply