ରାତି ସାରା ଧାରଣାରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ବାଲେଶ୍ୱର: ସାରା ରାତି ଛାତ୍ରଛାତ୍ରୀଙ୍କ ଧାରଣା । ଗୋଟିଏ ଦାବି, ବିଏଡ୍ ଓ ଏମ୍ଏଡି ଶିକ୍ଷକ ଯୋଗ୍ୟତା ପ୍ରବେଶିକା ପରୀକ୍ଷାରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳୁ ଅନୁମତି । ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗତକାଲି ଠାରୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣାରେ ବସି ରହିଛନ୍ତି । ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ରାତିସାରା ଛାତ୍ରଛାତ୍ରୀ ଧାରଣା ଜାରି ରଖିଛନ୍ତି । ଛାତ୍ରଛାତ୍ରୀଙ୍କ ସହ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ଓ ଡିଏସପି ଆଲୋଚନା କରିଥିଲେ ବି କୌଣସି ନିଷ୍କର୍ସ ବାହାରି ପାରିନି ।ପୂର୍ବରୁ ଅନୁରୂପ ଦାବି ନେଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗତ ୫ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ । ତେବେ, ଦାବି ପୂରଣ ନହେବାରୁ ଛାତ୍ରଛାତ୍ରୀମାନେ ଗତକାଲି ଠାରୁ ଧାରଣା ଦେବା ଅନୁମତି ଦେବା ଦାବିରେ ଅଡ଼ି ବସିଛନ୍ତି ।

Leave a Reply