କୋଇଲା ଖଣି ଆବଣ୍ଟନ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୧୯୯୯ ମସିହାର ଏକ କୋଇଲା ଖଣି ଆବଣ୍ଟନରେ ଅନିୟମିତତା ଅଭିଯୋଗରେ  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  । ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ରାଉଜ୍‌ ଆଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରବତି ଭରତ ପରାସର ଦିଲ୍ଲୀପଙ୍କୁ ଦୋଶୀ ସାବ୍ୟସ୍ତ କରିଛନ୍ତି । ଅକ୍ଟୋବର ୧୪ରେ ଦଣ୍ଡ ଘୋଷଣା କରିବେ କୋର୍ଟ । ଅଟଳ ବିହାରୀ ବାଜପେୟୀ ସରକାରରେ ଦିଲ୍ଲୀପ ରାୟ ସେତେବେଳେ କୋଇଲା ମନ୍ତ୍ରୀ ଥିଲେ । ୧୯୯୯ ଝାଡ଼ଖଣ୍ଡ କୋଇଲା ଖଣି ଆବଣ୍ଟନରେ କାଳରେ ଦିଲ୍ଲୀପ ରାୟ ଅନିୟମିତତା କରିଥିବା ନେଇ ମାମଲା ହୋଇଥିଲା । ଝାଡ଼ଖଣ୍ଡର ବ୍ରାହ୍ମଡ଼ିହା କୋଇଲା ଖଣିକୁ କାଷ୍ଟନ ଟେକ୍ନୋଲୋଜି ଲିମିଟେଟକୁ ଆବଣ୍ଟନ କରାଯାଇଥିଲା । ଏହି ଆବଣ୍ଟନରେ ଅପରାଧିକ ଷଡ଼ଯନ୍ତ୍ର ହୋଇଥିଲା ବୋଲି ସେତେବେଳେ ଅଭିଯୋଗ ହୋଇଥିଲା ।

କାଷ୍ଟନ ମାଇନିଂ ଲିମିଟେଡ ଝାରଖଣ୍ଡର ଏକ କୋଇଲା ବ୍ଲକ ଆଲୋକସନ ପାଇଁ ୧୯୯୮ରେ ମିନିଷ୍ଟ୍ରି ଅଫ କୋଲରେ ଆବେଦନ କରିଥିଲା । ଏହି କୋଲ ବ୍ଲକ କାଷ୍ଟନରେ ପ୍ରିୟା ପ୍ରିତି କରାଯାଇଛି ବୋଲି ସିବିଆଇ ଯେଉଁ ରିପୋର୍ଟ ଦେଇଥିଲା । ସେହି ଆଧାରରେ ସ୍ୱତନ୍ତ୍ର କୋର୍ଟ ଆଜି ରାୟ ଶୁଣାଇଛନ୍ତି ଏବଂ ତାଙ୍କ ଦୋଷୀ ସାବ୍ୟସ୍ତ କରାଇଛନ୍ତି । କେବଳ ଦିଲ୍ଲୀପ ରାୟ ନୁହନ୍ତି ଏହି ମାମଲାରେ କୋଇଲା ମନ୍ତ୍ରଣାଳୟର ତତ୍କାଳୀନ ଦୁଇଜଣ ବରିଷ୍ଠ ଅଧିକାରି ପ୍ରଦିପ କୁମାର ବାନାର୍ଜୀ( ଅତିରିକ୍ତ ସଚିବ ) ଓ ନିତ୍ୟାନନ୍ଦ ଗୋୗତମ,( ପ୍ରକଳ୍ପ ପରାମର୍ଶଦାତା)ଙ୍କୁ  ମଧ୍ୟ ଅଦାଲତ ମାମଲାରେ ଦୋଷୀ ସାବ୍ୟସ କରିଛନ୍ତି । କ୍ୟାଷ୍ଟ୍ରନ ଟେକନୋଲୋଜିର ନିର୍ଦ୍ଦଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

Leave a Reply