କାରରୁ ୪ କେଜି ସୁନା, ୨୩୫ କେଜି ରୂପା ଜବତ

1 min read
Ganjam Police Seized 4 Kg Gold And 235 Kg Silver From A Car

ବ୍ରହ୍ମପୁର: ଆକାଶରେ ନୁହେଁ ରୋଡରେ ହେଉଛି ସୁନା ଚାଲାଣ । ତାମିଲନାଡ଼ୁରୁ ବ୍ରହ୍ମପୁର ଚାଲାଣ ବେଳେ ବିପୁଳ ଅଳଙ୍କାର ଜବତ ହୋଇଛି । ଗୋଷାଣୀନୂଆଗାଁ ନିକଟରୁ ବିପୁଳ ପରିମାଣର ସୁନା, ରୂପା ଜବତ କରିଛି ଗଞ୍ଜାମ ପୋଲିସ । କାରରେ ଅଳଙ୍କାର ଚାଲାଣ ବେଳେ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି । କାରରୁ ୪ କିଲୋ ସୁନା ସହ ୨୩୫ କେଜି ରୂପା ଜବତ କରାଯାଇଛି ।

Ganjam Police Seized 4 Kg Gold And 235 Kg Silver From A Car

କାରର ସିଟ୍ ତଳେ ସୁନା, ରୂପାକୁ ଲୁଚେଇ ରଖା ଯାଇଥିଲା । ଏତେ ପରିମାଣର ସୁନା, ରୂପା ଜବତ କରିଥିବା ପୋଲିସ ବି ଚକିତ ହୋଇଯାଇଛି । ସଡ଼କ ପଥରେ ଏତେ ପରିମାଣର ସୁନା, ରୂପା ଚାଲାଣର ଏହା ଓଡ଼ିଶାରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଜବତ ଅଳଙ୍କାର ମଧ୍ୟରେ ମୁଦି, କାନ ଫୁଲ, ଚେନ୍, ପାଉଁଞ୍ଜି ଆଦି ଜବତ କରାଯାଇଛି ।

Ganjam Police Seized 4 Kg Gold And 235 Kg Silver From A Car

ଏହି ସୁନା ଚାଲାଣ ବ୍ରହ୍ମପୁରକୁ ଆସୁଥିଲା ନା ଅନ୍ୟ କେଉଁସ୍ଥାନକୁ ଚାଲାଣ କରାଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ, ଏତି ପରିମାଣର ସୁନା କାର ସିଟ୍ କାଟି ଲୁଚାଇ ଚାଲାଣ କରିବା ଏହା ପଛରେ ଥିବା ବେଆଇନ୍ କାରବାରକୁ ଦର୍ଶାଉଛି । ପୋଲିସ କାର୍ ସହ ଅଳଙ୍କାର ଜବତ କରିବା ପରେ ୩ ଜଣଙ୍କୁ ଜେରା କରୁଛି । GST ବିଭାଗ ମଧ୍ୟ ତଦନ୍ତ ପାଇଁ ପହଞ୍ଚିଛି ।

Ganjam Police Seized 4 Kg Gold And 235 Kg Silver From A Car

ପୂର୍ବରୁ ସମାନ ତରିକାରେ ଗଞ୍ଜେଇ ମାଫିଆ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏବେ ସୁନା ଚାଲାଣ ସାମନାକୁ ଆସୁଛି । ଏହା ପୂର୍ବରୁ ଅଧିକାଂଶ ସମୟରେ ଫ୍ଲାଇଟରେ କ୍ୱାଲାଲମପୁରରୁ ସୁନା ଚାଲାଣ ହେଉଥିବା ବେଳେ ଧରାପଡ଼ୁଥିଲା । ଲକଡାଉନ୍ ପରେ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ଥିବାରୁ ଗୋଲ୍ଡ ସ୍ମଗଲର ସଡ଼କ ପଥକୁ ସୁନା ଚାଲାଣ ପାଇଁ ସୁରକ୍ଷିତ ଭାବି ନେଇଛନ୍ତି ।

Leave a Reply