ବାଲେଶ୍ୱରରେ ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍, ଶତାଧିକ ଅସୁସ୍ଥ

1 min read

ବାଲେଶ୍ଵର: ଖନ୍ତାପଡ଼ାସ୍ଥିତ ଘରୋଇ ଚିଙ୍ଗୁଡି ପ୍ରୋସେସିଂ କମ୍ପାନୀ (FALCON)ରେ ଗ୍ୟାସ ଲିକ୍ । ୧୫୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ୧୦୦ରୁ ଅଧିକ କର୍ମଚାରୀଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୋଟିଏ ପରେ ଗୋଟିଏ ଆମ୍ବୁଲାନ୍ସରେ ଅସୁସ୍ଥ କର୍ମଚାରୀଙ୍କୁ ଡାକ୍ତରଖାନା ଅଣାଯାଉଛି । ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି । ଅସୁସ୍ଥଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଫକୀରମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ଚିଙ୍ଗୁଡି ପ୍ରୋସେସିଂ ରୁମ୍ ଭିତରେ ବ୍ଲିଚିଂ ପାଉଡର ଉପରେ ପାଣି ପଡ଼ି ଯିବାରୁ ଗ୍ୟାସ ବାହାରି କର୍ମଚାରୀ ଅସୁସ୍ଥ ହୋଇ ପଡିଥିବା ସଂସ୍ଥା ତରଫରୁ ସୂଚନା ଦିଆଯାଇଛି । ବାଲେଶ୍ୱର ଉପ ଜିଲ୍ଲାପାଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ତେବେ ସ୍ଥାନୀୟ ଲୋକେ କହିଛନ୍ତି ଗ୍ୟାସ୍ ଲିକ୍ କାରଣରୁ ଏଭଳି ହୋଇଛି । ')}

Leave a Reply