ସିପିଙ୍କ ଆଖିରେ ଭୂତ କିଏ ? ବୁଝାଇବ କି କମିଶନରେଟ୍ ପୋଲିସ

1 min read

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍, ରାଜଧାନୀରେ ୧୨ ଘଣ୍ଟିଆ କର୍ଫ୍ୟୁ । ଆଉ ଏହି କର୍ଫ୍ୟୁ ପରିଚାଳନାକୁ ନେଇ କମିଶନରେଟ୍ ପୋଲିସକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି । ଗତ ୪ ତାରିଖରୁ ରାଜଧାନୀରେ ଲାଗୁ ହୋଇଛି ୧୨ ଘଣ୍ଟିଆ କର୍ଫ୍ୟୁ । ମାନେ ସନ୍ଧ୍ୟା ୭ରୁ ସକାଳ ୭ କେହି ବି ଘରୁ ବାହାରି ପାରିବେ ନାହିଁ । ଯାହା ଟ୍ୱିଟ୍ କରି ସୂଚନା ଦେଇଥିଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଆଉ ମେ ୬ ତାରିଖରେ କମିଶନରେଟ ପୋଲିସ ଟ୍ୱିଟରରେ ହ୍ୟାଣ୍ଡେଲରୁ ହୋଇଛି ଆଉ ଏକ ଟ୍ୱିଟ୍ । କାର୍ଟୁନ୍ ଚିତ୍ରରେ ୨ ପୋଲିସ ଅଫିସର ଥିବାବେଳେ ଭୂତ ମଧ୍ୟ ରହିଛି । ଲେଖାଯାଇଛି ଓନଲି ଘୋଷ୍ଟସ୍ କମ୍ ଆଉଟ୍ ଅନଭାଇଟେଡ୍ ଅର୍ଥାତ୍ ଭୂତମାନେ ବିନା ନିମନ୍ତ୍ରଣରେ ଆସନ୍ତି ।

କମିଶରେନଟ୍ ପୋଲିସ୍ ଉଲ୍ଲେଖ କରିଛି- ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ରାସ୍ତା ବା ବାହାରେ ବୁଲିବାକୁ କେବଳ ଭୂତଙ୍କୁ ଅନୁମତି ଅଛି । ଏବଂ ଆପଣ ସେଥିରୁ ଜଣେ ନୁହଁନ୍ତି ।

ଟ୍ୱିଟ୍ କରି କର୍ଫ୍ୟୁ, କଟକଣା ନାଁରେ କମିଶନରରେଟ ପୋଲିସର ହିଟଲରି ଶାସନ !

Leave a Reply