ଶ୍ରଦ୍ଧାଳୁଙ୍କ ପାଇଁ ଖୁସିର ଖବର, ସିଂହଦ୍ୱାର ପାଖରୁ ପତିତପାବନଙ୍କୁ କରିପାରିବେ ଦର୍ଶନ

ପୁରୀ: କରୋନା ପାଇଁ ଦୀର୍ଘ ୭ ମାସ ହେଲା ବନ୍ଦ ରହିଛି ଶ୍ରୀମନ୍ଦିର । ମନ୍ଦିର ମଧ୍ୟକୁ ଯିବାକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ କରୋନା ରାକ୍ଷସ ବାଡ଼ ପକାଇଛି । କିନ୍ତୁ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଖୁସିର ଖବର ।

ଆଉ ଦୂରରୁ ନୁହେଁ, ଏବେ ଶ୍ରୀମନ୍ଦିର ପାଖରୁ ଭକ୍ତ  ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରିବେ ଭକ୍ତ । ପତିତପାବନ ଦର୍ଶନକୁ ନେଇ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ପତିତପାବନଙ୍କୁ  ଶ୍ରଦ୍ଧାଳୁ ମାନେ ମଙ୍ଗୁମଠ ନିକଟରୁ ଦର୍ଶନ କରୁଥିଲେ ।

ବର୍ତ୍ତମାନ କିନ୍ତୁ ସ୍ୱତନ୍ତ୍ର ବ୍ୟାରିକେଡ଼ ମାଧ୍ୟମରେ ଯାଇ ଭକ୍ତ ସିଂହଦ୍ଵାର ଅତି ନିକଟରୁ ପତିତପାବନଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ । ତେବେ ପ୍ରସ୍ଥାନ କରିବା ବେଳେ କାକୁଡ଼ି ଖାଇ ଛକ ଦେଇ ପ୍ରସ୍ଥାନ କରି ପାରିବେ । ସେପଟେ ପ୍ରଶାସନର ଏହି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ ।

Leave a Reply