ମାରଣାସ୍ତ୍ର ଧରି ଗାଁଦାଣ୍ଡକୁ ଓହ୍ଲାଇଲେ ଦୁର୍ବୃତ୍ତ, ଭାଇରାଲ ହେଲା ଭିଡିଓ

ବାଲେଶ୍ୱର: ଗାଁ ଦାଣ୍ଡରେ ବୁଲିଲା ପିସ୍ତଲ ଓ ଖଣ୍ଡା । ବିଦ୍ୟୁତ୍‌ ସଂଯୋଗକୁ ନେଇ ବାଲେଶ୍ୱର ସଦର ଥାନା କେଶପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପିସ୍ତଲ ଦେଖି ଗାଁ ଲୋକ ଭୟଭୀତ ହୋଇ ପଡ଼ିଛନ୍ତି । ଗତ ୧୯ ତାରିଖ ଦିନ ବିଦ୍ୟୁତ୍ ସଂଯୋଗ ନେଇ କେଶପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଏହି ଗଣ୍ଡଗୋଳରେ ଗୋଟିଏ ଗୋଷ୍ଠୀ ପୁରୁଣା ବାଲେଶ୍ୱର ଗାଁରୁ ଦୁଇଜଣ ସହଯୋଗୀଙ୍କୁ ଡ଼କାଇଥିଲେ । ଦୁଇ ଯୁବକ ମୋଟର ସାଇକେଲରେ କେଶପୁରରେ ପହଞ୍ଚି ଦୁଇଟି ପିସ୍ତଲ ବାହାର କରି ଗୁଳି କରିବାକୁ ଧମକାଇଥିଲେ । ଅନ୍ୟ ଗୋଷ୍ଠୀ ଖଣ୍ଡା, ଭୁଜାଲି ସହିତ ସାମ୍ନା କରିବାକୁ ଆସିଥିଲେ। ପରେ ପିସ୍ତଲ ଦେଖାଇ ଧମକାଉଥିବା ଅଭିଯୁକ୍ତ ଫେରି ଯାଇଥିଲେ । ଏନେଇ ବାଲେଶ୍ୱର ସଦର ଥାନାରେ ମାମଲା ରୁଜୁ କରାଯାଇଛି । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ତେବେ ଉଭୟ ଫେରାର୍ ହୋଇଯାଇଛନ୍ତି ।

Leave a Reply