କଲେଜ ଫି’ ବୃଦ୍ଧିକୁ ବିରୋଧ: ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

ଗୁଣୁପୁର: ରାୟଗଡାଜିଲ୍ଲା ଗୁଣୁପୁର ମହିବିଦ୍ୟାଳୟରେ ଛାତ୍ର ଅଶାନ୍ତି। ଫି’ ବୃଦ୍ଧି ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କୈାଣସି ପ୍ରକାର ଅପ୍ରିତିକର ପରିସ୍ଥିତି ଏଡ଼ାଇବା ପାଇିଁ ଘଟଣା ସ୍ଥଳରେ ଗୁଣୁପୁର ପୋଲିସ୍ ପହଞ୍ଚିଛି । ଛାତ୍ରଛାତ୍ରିମାନେ  କହିବା ଅନୁଯାୟୀ ବର୍ତ୍ତମାନ କରୋନା କାଳରେ ମହାବିଦ୍ୟାଳୟରେ ଫି’ ବୃଦ୍ଧି ହୋଇଛି ଯାହ ଦ୍ୱାରା ଅନେକ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ମହାବିଦ୍ୟାଳୟରେ ଅନେକ ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରି ଅଧ୍ୟୟନ କରୁଥିବା ବେଳେ ଏହା ଦ୍ୱାରେ ସେମାନେ ବିଶେଷ ପ୍ରଭାବିତ ହେବେ । ବର୍ତ୍ତମାନର କରୋନା ପରିସ୍ଥିତିରେ ଦୋକାନ ବଜାର ଖୋଲିଥିଲେ ସୁଦ୍ଧା ଏ ଯାଏଁ ସବୁକିଛି ସ୍ୱାଭାବିକ ହୋଇପାରିନାହିଁ । ଏଣୁ ଫି’ ବାନ୍ଧିବା କଷ୍ଟକର ବୋଲି ଛାତ୍ରଛାତ୍ରୀ କହିଛନ୍ତି । ଏଥିସହିତ ଫି’ ବୃଦ୍ଧିକୁ ହାସ କରିବା ନେଇ ଛାତ୍ରମାନେ ଗୁଣୁପୁର ମହାବିଦ୍ୟାଳୟର ଅଧକ୍ଷଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ ।

ଅପରପକ୍ଷରେ ଗୁଣୁପୁର ମହାବିଦ୍ୟାଳୟର ଅଧକ୍ଷ କହିଛନ୍ତି, ୨୦୧୪ ମସିହାରୁ ଫି’ ବୃଦ୍ଧି କରାଯାଇନାହିଁ । ଆଗରୁ ଯେତିକି ଫି’ ଛାତ୍ରଛାତ୍ରୀ ପଇଠ କରୁଥିଲେ ସେତିକି ବାନ୍ଧିବାକୁ ପଡ଼ିବ । ନଚେତ୍ କିସ୍ତିକରି ପଇଠ କରିପାରିବେ। ଏତଦ୍‌ବ୍ୟତୀତ ଅନ୍ୟ କୌଣସି ବ୍ୟବସ୍ଥା ମହିବିଦ୍ୟାଳୟ ପକ୍ଷରୁ କରାଯାଇପାରିବନାହିଁ ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀ ଏଥିରେ ରାଜି ହୋଇ ନଥିବା ବେଳେ ଛାତ୍ରଛାତ୍ରୀ ନିଜ ଜିଦରେ ଅଟଳ ରହିଥିଲେ । ଏଥିସହ ଗୁଣୁପୁର ଉପଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିବା ନେଇ ଯାଇଥିବା ଜଣାପଡିଛି।

Leave a Reply