ହାର୍ଦ୍ଦିକ ଓ କୁନାଲ ପିତାଙ୍କ ନିଧନ, ଶୋକବ୍ୟକ୍ତ କଲେ କୋହୋଲି

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ଓ କୁନାଲ ପାଣ୍ଡ୍ୟା ପିତାଙ୍କ ନିଧନ ଘଟିଛି  । ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ଖେଳିବାକୁ କୁନାଲ ଗସ୍ତରେ ରହିଥିବାବେଳେ ପିତାଙ୍କ ମୃତ୍ୟୁ ଖବର ପାଇବା ପରେ ସେ ଘରକୁ ଫେରୁଛନ୍ତି  । ଆଜି ସକାଳେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଭାଇ ଏପରି ମୁହୁର୍ତ୍ତରେ ମ୍ରିୟମାଣ ହୋଇପଡିଛନ୍ତି  ।

ସେପଟେ  ହାର୍ଦ୍ଦିକ ଓ କୁନାଲ ପାଣ୍ଡ୍ୟା ପିତାଙ୍କ ଦେହାନ୍ତରେ ଶୋକସନ୍ତପ୍ତ ବାର୍ତ୍ତା ଜଣାଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହୋଲି  । ଟ୍ୱିଟ କରି କୋହୋଲି କହିଛନ୍ତି, ହାର୍ଦ୍ଦିକ ଓ କୁନାଲ ପିତାଙ୍କ ଦେହାନ୍ତ ବ୍ୟକ୍ତିଗତ ଭାବେ ମୋତେ ଆଘାତ ଦେଇଛି  । ତାଙ୍କ ସହ ମୁଁ ଦୁଇ ଥର ସାକ୍ଷାତ କରିଛି  । ଶାନ୍ତ ଏବଂ ସରଳ ସ୍ୱଭାବର ମଣିଷ ବୋଲି ଉଲ୍ଲେଖ କରିଛନ୍ତି ଭାରତୀୟ ଦଳର ଅଧିନାୟକ  ।

Leave a Reply