ଆଉ କାହାର ଛୁଆ କହି ତଲାକ୍ ମାଗୁଥିଲେ କନେଷ୍ଟବଳ, ସ୍ତ୍ରୀ ୨ ଛୁଆଙ୍କୁ ମାରି ନିଜେ କଲା ଆତ୍ମହତ୍ୟା

1 min read
Haryana Policeman Wife Commits Suicide After Killing Two Sons

ଚଣ୍ଡିଗଡ଼: ହସଖୁସିର ପରିବାର କେମିତି ଉଜୁଡ଼ିଯାଏ ? ସାମାନ୍ୟ ସନ୍ଦେହ ସବୁ ସାରିଦିଏ । ଏମିତି ଏକ ସନ୍ଦେହ ଉଜୁଡ଼ାଇ ଦେଇଛି ପୋଲିସ କନେଷ୍ଟବଳଙ୍କ ସଂସାର । ହରିୟାଣାର ଫତେହାବାଦରେ ସନ୍ଦେହ ସଂସାର ଶୂନ୍ୟ କରି ଦେଇଛି । ହରିୟାଣା ପୋଲିସରେ ଯବାନ ଥିବା ବ୍ୟକ୍ତି ଜଣଙ୍କ ସ୍ତ୍ରୀଙ୍କ ଦ୍ୱିତୀୟ ଛୁଆକୁ ଅବୈଧ ବା ଆଉ କାହାର କହି ଝଗଡ଼ା ଆରମ୍ଭ କରିଥିଲେ । ଏହି କଥାରେ ରାଗି ଯାଇ ପତ୍ନୀ ବାପ ଘରକୁ ପଳାଇଥିଲେ । ଦୁଇ ମାସ ଧରି ପତି-ପତ୍ନୀ ଅଲଗା ରହିଥିଲେ । କିଛିଦିନ ତଳେ ଦୁହେଁ ଫୋନରେ ଝଗଡ଼ା କରିଥିଲେ । ଯାହାପରେ ମହିଳା ଜଣଙ୍କ ଜନ୍ମ କଲା ୨ ଛୁଆଙ୍କୁ ମାରି ଦେଇ ନିଜେ ଫାଶୀରେ ଝୁଲି ପଡ଼ିଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।

ଫତେହାବାଦର ଖୈରାତିଖେଡ଼ା ଗାଁରେ ରୁହନ୍ତି ହରିୟାଣା ପୋଲିସରେ କନେଷ୍ଟବଳ ଭାବେ କାର୍ଯ୍ୟରତ ନରେଶ । ତାଙ୍କ ବିବାହ ସୁଖମନପୁରର ସଞ୍ଜୁଙ୍କ ସହିତ ହୋଇଥିଲା । ସ୍ୱାମୀଙ୍କ ସହ ଝଗଡ଼ା ପରେ ସଞ୍ଜୁ ବାପଘରେ ୨ ମାସରୁ ଅଧିକ ଦିନ ହେଲା ରହି ଆସୁଥିଲେ । ଗୋଟିଏ ଦିନ ବାପ ଘର ଲୋକ କୌଣସି କାମରେ ବାହାରକୁ ଯାଇଥିଲେ । ସେତେବେଳେ ସଞ୍ଜୁ ୩ ମାସର ଛୁଆ ସହ ୩ ବର୍ଷର ଛୁଆକୁ ହତ୍ୟା କରି ଦେଇଥିଲା ।

Haryana Policeman Wife Commits Suicide After Killing Two Sons

ଛୁଆଙ୍କୁ ମାରିବା ପରେ ସଞ୍ଜୁ ନିଜେ ଫାଶୀରେ ଝୁଲି ପଡ଼ିଥିଲା । ଯେତେବେଳେ ବାପଘର ଲୋକ ଘରକୁ ଫେରିଲେ ତ ସମସ୍ତଙ୍କ ହୋସ୍ ଉଡ଼ିଗଲା । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ । ତିନି ତିନୋଟି ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ କରୁଛି ।

ମାମଲାରେ ପୋଲିସ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି । ମୃତ ମହିଳାଙ୍କ ଦାଦା ପୁଅ ଦିଲୀପ କହିଛନ୍ତି- ସଞ୍ଜୁ ଦୁଇ ମାସ ହେଲା ଆସି ବାପ ଘରେ ଥିଲା । ତିନି ମାସ ତଳେ ସଞ୍ଜୁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା । ସଞ୍ଜୁର ସ୍ୱାମୀ ପୁଅ ଆଉ କାହାର ବୋଲି କହୁଥିଲେ । ଏଥିପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାପରେ ସଞ୍ଜୁ ବାପଘର ପଳାଇ ଆସିଥିଲେ ।

ସ୍ୱାମୀ ନରେଶ ସଞ୍ଜୁଙ୍କ ଚରିତ୍ରକୁ ନେଇ ଗମ୍ଭୀର ଅଭିଯୋଗ କରିବା ସହ ତଲାକ୍ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ । ଶୁକ୍ରବାର ଦୁହିଁଙ୍କ ମଧ୍ୟରେ ଫୋନରେ ଝଗଡ଼ା ହୋଇଥିଲା । ଯାହାର ମୋବାଇଲ୍ ରେକର୍ଡିଂ ଅଛି । ଝଗଡ଼ା ପରେ ସଞ୍ଜୁ ଭାଙ୍ଗି ପଡ଼ିଥିଲା । ଛାଡ଼ପତ୍ରକୁ ନେଇ ସଞ୍ଜୁ ଚିନ୍ତିତ ଥିଲା । ଏହି ଘଟଣା ପରେ ପୋଲିସ ୩ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply