ଚଳିତ ବଜେଟରେ ରହିପାରେ ୧୩ ପ୍ରତିଶତ ଅଧିକ ଅର୍ଥ, କେଉଁ କ୍ଷେତ୍ରକୁ ଦିଆଯିବ ପ୍ରାଧାନ୍ୟ ?

1 min read

ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପନ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବଜେଟ ପେଡ଼ି ଉପରେ ରହିଛି ସମସ୍ତଙ୍କର ନଜର । କୋଭିଡ ସମୟରେ ସମଗ୍ର ଦେଶର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ ଫେବୃଆରୀ ପ୍ରଥମ ସପ୍ତାହରେ । ଏହା ସହ କେନ୍ଦ୍ରୀୟ ବଜେଟ ମଧ୍ୟ ସଂସଦରେ ପାରିତ ହୋଇଥିଲା । ଆଉ ଏବେ ଆସିବାକୁ ଯାଉଛି ରାଜ୍ୟ ବଜେଟ । ବର୍ତ୍ତମାନ ବଜେଟର ରୂପରେଖ ଏବଂ ପ୍ରାଧାନ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସରକାର କେଉଁ କ୍ଷେତ୍ରକୁ ଗୁରୁତ୍ବ ଦେଉଛନ୍ତି ଏବଂ କେଉଁ ବିଭାଗକୁ କେତେ ଅର୍ଥ ପ୍ରଦାନ କରୁଛନ୍ତି ତାହା ପ୍ରମୁଖ ପ୍ରସଙ୍ଗ ।

ସେପଟେ ଚଳିତ ବର୍ଷ ୧ ଲକ୍ଷ ୭୦ ହଜାର କୋଟିରୁ ଅଧିକ ଟଙ୍କାର ବଜେଟ ଆସିବା ନେଇ ଆକଳନ କରାଯାଉଛି । ଗତବର୍ଷଠାରୁ ଏହା ୧୩ ପ୍ରତିଶତ ଅଧିକ । କରୋନା ପ୍ରଭାବିତ ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବା ପାଇଁ ବୃହତ୍‌ ବଜେଟ ଆବଶ୍ୟକ । ତେଣୁ ସମସ୍ତ ଦିଗକୁ ଦୃଷ୍ଟିଦେଇ ସରକାର ଏହି ନିର୍ଦ୍ଧିଷ୍ଟ ସଂଖ୍ୟକ ଆର୍ଥିକ ବଜେଟ ଆଣିବାକୁ ଯାଉଛନ୍ତି ।

ଏଥର ବଜେଟ୍‌ ଲୋକାଭିମୁଖୀ ହେବାର ଆଶା ରହିଛି । କୃଷିକୁ ଗୁରୁତ୍ବ ଦିଆଗଲେ ଚାଷୀ ଲାଭ ପାଇବେ । କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ଲାଗି ଅଧିକ ଅର୍ଥ ବରାଦ ହୋଇପାରେ । ଶିକ୍ଷା, ଶିଳ୍ପ, ନିଯୁକ୍ତି ଓ ଭିତ୍ତିଭୂମି ବିକାଶକୁ ଫୋକସ୍‌ କରାଯିବାର ସମ୍ଭାବନା ଅଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପେଡ଼ିରେ ଐତିହ୍ୟ କରିଡରକୁ ଗୁରୁତ୍ବ ଦିଆଯିବା ନେଇ ମଧ୍ୟ ଆକଳନ କରିଛନ୍ତି ଅର୍ଥନିତିଜ୍ଞ । କରୋନା ପାଇଁ ଓଡ଼ିଶା ଫେରିଥିବା ଲକ୍ଷାଧିକ ପ୍ରବାସୀଙ୍କ ମଧ୍ୟରୁ ବହୁ ଲୋକ ଘରେ ବସିଛନ୍ତି । ସେମାନଙ୍କୁ ରାଜ୍ୟରେ ରୋଜଗାର ଦେବାକୁ ବଜେଟ୍‌ରେ ସରକାର ବ୍ୟବସ୍ଥା କରିପାରନ୍ତି ।

ସେହିପରି ଗ୍ରାମୀଣ ପର୍ଯ୍ୟଟନର ବିକାଶ ପକ୍ରିୟାରେ ସହାୟକ ହୋଇପାରେ । ତେଣୁ ଗ୍ରାମୀଣ ବିକାଶକୁ ମଧ୍ୟ ସରକାର ଏହି ବଡେଟରେ ଗୁରୁତ୍ବ ଦେଇପାରନ୍ତି । ସେହିପରି ଖଣି କାରବାର ଆରମ୍ଭ ହୋଇଥିବାବେଳେ ପ୍ରାଥମିକତା ଭିତ୍ତିରେ ସ୍ଥାନୀୟ ଲୋକଙ୍କୁ ସେଠାରେ ନିଯୁକ୍ତି ମିଳିଲେ, କେହି ବାହାରକୁ ଯିବେନି । ଶିଳ୍ପାୟନ ପାଇଁ ସିଙ୍ଗିଲ ଓ୍ବିଣ୍ଡୋ କ୍ଲିୟରାନସ୍ ବ୍ୟବସ୍ଥା ବଜେଟର ଏକ ବଡ଼ଦିଗ ହୋଇପାରେ ।

Leave a Reply