ଭଙ୍ଗାଘରେ ଖରା ବର୍ଷାରେ ବିତୁଛି ୪ ପ୍ରାଣୀଙ୍କ ଜୀବନ

Helpless Family Seeking Government Assistance In Jajpur

ଚଣ୍ଡିଖୋଲ: ନାହିଁ ଖଣ୍ଡେ ଘର, ଭଙ୍ଗା ଚାଳଘରେ ବିତୁଛି ୪ ପ୍ରାଣୀଙ୍କ ଜୀବନ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ କି ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର । ପାଲଟିଛି ତାଙ୍କ ପାଇଁ ସାତ ସପନ । ବାରମ୍ବାର ଜିଲ୍ଲା ପ୍ରଶାସନକୁ ଏନେଇ ଅଭିଯୋଗ ଜଣାଇଥିଲେ ସୁଦ୍ଧା ଘର ଖଣ୍ଡେ ବଦଳରେ ମିଳିଛି ଖାଲି ପ୍ରତିଶ୍ରୁତି ହିଁ ପ୍ରତିଶ୍ରୁତି ।

Helpless Family Seeking Government Assistance In Jajpur

ଭାଙ୍ଗି ଯାଇଛି ଚାଳଘର, ପଲିଥିନ୍‌ ବାନ୍ଧି ଦୟନୀୟ ଅବସ୍ଥାରେ ରହୁଛନ୍ତି ୪ ପ୍ରାଣୀ । ଯାଜପୁରର ବଡ଼ଚଣା ବ୍ଲକ ମଙ୍ଗରାଜପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ନୂଆଁଣିଆ ଚାଳଘର ଉପରେ ପଡ଼ି ରହିଛି ପଲିଥିନ୍‌ । ଆଉ ପଲିଥିନ୍‌ ତଳେ ରହୁଛନ୍ତି ପ୍ରମୋଦ ସାମଲ, ତାଙ୍କ ରୋଗୀଣା ପତ୍ନୀ ଓ ଦୁଇ ଝିଅ । ପ୍ରମୋଦ ହେଉଛନ୍ତି ପେସାରେ ଶ୍ରମିକ । ତାଙ୍କର ସ୍ୱଳ୍ପ ରୋଜଗାରରେ ପତ୍ନୀଙ୍କ ଔଷଧ ଖର୍ଚ୍ଚ ସାଙ୍ଗକୁ କଷ୍ଟେମଷ୍ଟେ ଚଳାଇ ନେଉଛନ୍ତି ପରିବାର । ହେଲେ ଘର ଖଣ୍ଡେ ତିଆରି ପାଇଁ ନାହିଁ ଶକ୍ତି କି ସାମର୍ଥ୍ୟ ।

Helpless Family Seeking Government Assistance In Jajpur

ପ୍ରମୋଦଙ୍କ କହିବା ଅନୁଯାୟୀ ଘର ଖଣ୍ଡିଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରୀ କରିଥିଲେ ସୁଦ୍ଧା କେହି କରୁନାହାନ୍ତି କର୍ଣ୍ଣପାତ । ଏବଂ ଘରଟି ଭଗ୍ନ ଅବସ୍ଥାରେ ରହିଥିବା ବେଳେ ବିପଦସଂକୁଳ ଅବସ୍ଥାରେ ରହିଛି । ଏ ନେଇ ଆମେ ସ୍ଥାନୀୟ ସରପଞ୍ଚ ଓ ବିଧାୟକଙ୍କ ଦୃଷ୍ଟି ଗୋଚର କରିବାରୁ ଖୁବ୍‌ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି  ବିଧାୟକ ।

Leave a Reply