ସିନେମାର ଡିଜିଟାଲ ଅବତାର ପ୍ରସଙ୍ଗ; କ’ଣ କହିଲେ ବର୍ଷା,ସବ୍ୟସାଚୀ ଓ ପିଉଷ ?

ଭୁବନେଶ୍ୱର: ଜାତି ନନ୍ଦିଘୋଷ କନକ୍ଲେଭର ଦ୍ବିତୀୟ ସେସନରେ ପ୍ରସଙ୍ଗ ରହିଛି ‘ସିନେମାର ଡିଜିଟାଲ ଯାତ୍ରା’। ଏହି ପ୍ରସଙ୍ଗରେ ଭାଗ ନେଇଛନ୍ତି ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସିନେ ସମୀକ୍ଷମ ପୀଉଷ ରୟ । ପ୍ରସଙ୍ଗରେ ସିନେ ସମୀକ୍ଷମ ପିଉଷ ରାୟ ପ୍ରତିକ୍ରିୟା ଦେଇ ଡାଜିଟାଲ ପ୍ଲାଟଫର୍ମକୁ ସ୍ବାଗତ କରିଛନ୍ତି । ଡିଜିଟାଲ ଯୁଗରେ ବର୍ତ୍ତମାନର ଫିଲ୍ମ ତାହା ସ୍ଥାନରେ ଥିବାବେଳେ ପୂର୍ବ ଫିଲ୍ମ ତାହା ସ୍ଥାନରେ ରହିଥିଲା । ସମାଜ ବଦଳିବା ସହ ଜ୍ଞାନକୈଶଳରେ ମଧ୍ୟ ପରିବର୍ତ୍ତନ ଘଟିଛି । ଯୁଗ ସହ ତାଳ ଦେଇ ଓଟିଟି ପ୍ଲାଟଫର୍ମ ସହଜରେ କମ ଦିନରେ ଦର୍ଶକଙ୍କୁ ଫିଲ୍ମ ଭେଟି ଦେଉଛି । ତେଣୁ ଲୋକେ ଆଧୁନିକରଣ ହେବା ଅବା ଡିଜିଟାଲି ଦେଖିବାକୁ ପସନ୍ଦ କରୁଥିବା କହିଛନ୍ତି ଫିଲ୍ମ କ୍ରିଟିକ ପିଉଷ ରାୟ ।

ସେହିପରି ଅଭିନେତା ସବ୍ୟସାଚୀ ମିଶ୍ର ନିଜର ମତ ପ୍ରକାଶ କରିଛନ୍ତି । ସିନେମା ହଲ ଏବଂ ଓଟିଟି ପ୍ଲାଟଫର୍ମ ଉଭୟ ମଧ୍ୟରେ ପାର୍ଥକ୍ୟ ରହିଛି । ସିନେମା ହଲରେ ଦର୍ଶକଙ୍କ ପ୍ରତ୍ୟକ୍ଷ ସମର୍ଥନର ଚାର୍ମ ନିଆରା ଥାଏ । କିନ୍ତୁ ଡିଜିଟାଲ ପ୍ଲାଟଫର୍ମ ଅର୍ଥାତ ଓଟିଟି ପ୍ଲାଟଫର୍ମରେ ଦର୍ଶକ ଦେଖୁଛନ୍ତି କିନ୍ତୁ ସେ ଚାର୍ମ ନାହିଁ । ସେଭଳି ଦର୍ଶକଙ୍କ ସମର୍ଥନ ଏବା ପ୍ରତ୍ୟକ୍ଷ ଭଲପାଇବା ହଜି ଯାଉଥିବା କହିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ସେହିପରି ଓଡିଶାର ବିଷୟବସ୍ତୁକୁ ଗୁରୁତ୍ବ ଦେବା ଏବଂ ନିଜସ୍ବ ଷ୍ଟୋରୀକୁ ପ୍ରାସଙ୍ଗିକତା ଦେବାର ଆବଶ୍ୟକତା ରହିଥିବା ପ୍ରତିକ୍ରିୟାରେ କହିଛନ୍ତି ସବ୍ୟସାଚୀ  ।

ସେହିପରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଓଟିଟି ପ୍ଲାଟଫର୍ମ ପରିବର୍ତ୍ତନ ସମାଜରେ ଆଦର ସାଜିଛି ସତ । ଯୁବପୀଢୀଙ୍କ ଆଦୃତ ପାଲଟିଛି । କିନ୍ତୁ ଦର୍ଶକଙ୍କ ସମାଙ୍ଗମ କିମ୍ବା ପ୍ରତ୍ୟକ୍ଷ ଭଲପାଇବା ଆମ ପାଖରୁ ଦୂରେଇ ଯାଇଥିବା କହିଛନ୍ତି ଅଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କିନ୍ତୁ ଓଟିଟି ଏବଂ ସିନେମା ହଲ ମଧ୍ୟରେ ପାର୍ଥକ୍ୟ କେବଳ କଣ୍ଟେଟର ଭୂମିକା ସର୍ବାଗ୍ରେ ରହିଛି  । ଯଦି କପି ପେଷ୍ଟ କଣ୍ଟେଟକୁ ଦୂରେଇ ନିଜସ୍ୱ କଣ୍ଟେଟ ସୃଷ୍ଟି ହୁଏ ଅବା ତିଆରି କରାଯାଏ, ତେବେ ଆମେ ଆଦୃତ ହୋଇପାରିବା ବୋଲି କହିଛନ୍ତି ବର୍ଷା  ।

Leave a Reply