ଲକଡାଉନ ହୋଇନଥିଲେ ଦେଶରେ ବର୍ତ୍ତମାନ ସୁଦ୍ଧା ୮ ଲକ୍ଷ ୨୦ ହଜାର ଲୋକ କରୋନା କବଳରେ ଥାଆନ୍ତେ

ନୂଆଦିଲ୍ଲୀ: କରୋନା ଭାଇରସ ଭାରତ ସମେତ ପୁରା ବିଶ୍ୱରକୁ ବଦଳାଇଦେଲା । ଭାଗତ ସମେତ ଅନ୍ୟ ଦେଶ ମାନେ ମଧ୍ୟ କରୋନା ଭାଇରସକୁ ଅଟକାଇବା ପାଇଁ ଦେଶରେ ଲକଡାଉନ ଜାରି କରିଛନ୍ତି । ବର୍ତ୍ତମାନ ଏହି ମହାମାରୀରୁ ବଞ୍ଚିବାର ଏକ ମାତ୍ର ଉପାୟ ହେଲା ଲକଡାଉନ । ତେବେ ଭାରତ ସମତ ଅନ୍ୟ ଦେଶ ଗୁଡ଼ିକରେ ମଧ୍ୟ କରୋନା ସଂକ୍ରମଣଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଭାରତରେ ଏଯାବତ ୭୫୨୮ରୁ ଅଧିକ ଲୋକ କରୋନା ଭାଇରସର କବଳରେ ଆସିସାରିଲେଣି । ଯେଉଁଥିରୁ ୨୪୨ ଜଣଙ୍କର ମୃତ୍ୟୁ ହୋଇତିବା ବେଳେ ୬୪୩ ଜଣ ସୁସ୍ଥ ହୋଇସାରିଲେଣି । ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୪ ତାରିଖ ଦିନ ଦେଶବ୍ୟାପି ସକଡାଉନ ନ କରିଥାନ୍ତେ , ତେବେ ଏପର୍ଯ୍ୟନ୍ତ ପରିସ୍ଥିତି ବହୁତ ଖରାପ ହୋଇସାରନ୍ତାଣି ।

ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ ଯଦୁ ଦେଶବ୍ୟାପି ଲକଡାଉନ ଏବଂ କଣ୍ଟେନମେଣ୍ଟ ନକରାଯାଇଥାନ୍ତା ତେବେ କରୋନା ଭାଇରସରେ ରୋଗୀଙ୍କ ସଂଖ୍ୟା ୪୧ ପ୍ରତିଶତ ଅଧିକ ହୋଇଥାନ୍ତା । ଏବଂ ଏପ୍ରିଲ ୧୫ ସୁଦ୍ଧା ୮ ଲକ୍ଷ ୨୦ ହଜାର ଲୋକ ଏହାର କବଳରେ ଆସିସାରନ୍ତେଣି ।

ଯଦି କେବଳ କଣ୍ଟେନମେଣ୍ଟ କରାଯାଇଥାନ୍ତା ତେବେ ଏପ୍ରିଲ ୧୫ ସୁଦ୍ଧା ରୋଗୀଙ୍କ ସଂଖ୍ୟା ଏକ ଲକ୍ଷ ୨୦ ହଜାର ଛୁଇଁଥାନ୍ତା । ଶଲିବାର ଦିନ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଂଯୁକ୍ତ ସଚିବ ଲଭ ଅଗ୍ରୱାଲ କହିଛନ୍ତି ଯେ, ଦେଶରେ କାଲି କରୋନା ଭାଇରସ ଯୋଗୁଁ ୪୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୩୫ ନୂଆ ମାମଲା ସାମ୍ନାକୁ ଆସିଛି ।

 

Leave a Reply