ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସରେ ଅଘଟଣ, ଛଅତାଲାରୁ ଡେଇଁଲେ ଛାତ୍ର

1 min read

ଭୁବନେଶ୍ୱର ଅରୁଗୁଳ ସ୍ଥିତ ଆଇଆଇଟି କ୍ୟାମ୍ପସରେ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ର ଜଣଙ୍କ କମ୍ପ୍ୟୁଟର ସାଇନ୍ସସ୍ ଇଞ୍ଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷର ଥିଲେ । ତାଙ୍କ ନାଁ ଚିରାଗ ପ୍ରବୀଣ ଜୈନ । ଗତକାଲି ସନ୍ଧ୍ୟାରେ ଛାତରୁ ପଡ଼ିଯାଇଥିଲେ ଚିରାଗ୍, ପରେ ତାଙ୍କୁ ଭୁବନେଶ୍ୱର ଆମ୍ରି ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଭୁବନେଶ୍ୱରରେ ପହଞ୍ଚିଥିଲେ ଚିରାଗଙ୍କ ବାପା ମା’ । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ କ୍ୟାମ୍ପସରେ ଥିବା ମହାନଦୀ ହଲ୍ ଅଫ୍ ରେସିଡେଣ୍ଟ ହଷ୍ଟେଲର ୬ ମହଲା ଛାତରୁ ଡେଇଁ ପଡ଼ିଥିଲେ ଚିରାଗ୍ । କେଉଁ କାରଣ ପାଇଁ ସେ ଡେଇଁଥିଲେ ନା ତାଙ୍କୁ କେହି ପଛରୁ ଠେଲିଦେଇଥିଲା ସେ ଦିଗରେ ତଦନ୍ତ କରୁଛି ପୋଲିସ ।

ଏଯାଏଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ । ସାଇଣ୍ଟିଫିକ୍ ଟିମ୍ ଓ ଜଟଣୀ ଥାନା ପୋଲିସ ତନାଘନା ଜାରି ରଖିଛନ୍ତି । ମୃତ ଛାତ୍ର ଜଣଙ୍କ ମହାରାଷ୍ଟ୍ରର ପୁଣେ ଅଞ୍ଚଳର ବୋଲି ଜଣାପଡ଼ିଛି । ଛାତ୍ରଙ୍କ ମୃତ୍ୟୁକୁ ଅପୂରଣୀୟ କ୍ଷତି କହିଛନ୍ତି କଲେଜ କର୍ତ୍ତୃପକ୍ଷ । ')}

Leave a Reply