ଗୋଟିଏ ଦିନରେ କ୍ରିକେଟକୁ ଅଲବିଦା କଲେ ୟୁସୁଫ,ବିନୟ

ଭୁବନେଶ୍ବର: ଟିମ ଇଣ୍ଡିଆର ଅଲରାଉଣ୍ଡର ୟୁସୁଫ ପଠାନ ଆଜି ଅବସର ନେଇଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି ଏହି ଅଲରାଉଣ୍ଡର । ଗୋଟିଏ ଦିନରେ ଦୁଇଜଣ ଭାରତୀୟ କ୍ରିକେଟରଙ୍କ କ୍ରିକେଟରୁ ସନ୍ୟାସ ଘୋଷଣା । ଦ୍ରୁତ ବୋଲର ବିନୟ କୁମାର ଅବସର ନେବା ପରେ ଅଲରାଉଣ୍ଡର ୟୁସୁଫ ଫଠାନ ମଧ୍ୟ ସନ୍ୟାସ ଗ୍ରହଣ କରିଛନ୍ତି ।

ଟ୍ବିଟ ଯୋଗେ ଏବସର ନେଇ ୟୁସୁଫ ସୂଚନା ଦେବା ସହ ଭାବପୂର୍ଣ୍ଣ ବାର୍ତ୍ତା ମଧ୍ୟ ଲେଖିଛନ୍ତି । ଯେଉଁଦିନ ପ୍ରଥମ କରି ଭାରତୀୟ ଜର୍ସି ପିନ୍ଧିଥିଲି ସେଦିନ ଆଜି ବି ମନେ ଅଛି । ସେଦିନ କେବଳ ଜର୍ସି ପିନ୍ଧିନଥିଲି, ସମସ୍ତ ବନ୍ଧୁ ପରିଜନଙ୍କୁ ମଧ୍ୟ ଦେଖାଇଥିଲି । ପିଲାଦିନରୁ କ୍ରିକେଟ ପ୍ରତି ଆଗ୍ରହ ଥିଲା । କ୍ରିକେଟରେ କ୍ୟାରିୟର ଆରମ୍ଭ କରିଥିଲି । ଜାତୀୟ, ଅନ୍ତର୍ଜାତୀୟ ଏବଂ ଘରୋଇ ଆଇପିଏଲ ଖେଳିବାର ସୁଯୋଗ ପାଇଥିବା ନିଜ ଭାବପୂର୍ଣ୍ଣ ବାର୍ତ୍ତାରେ ଲେଖିଛନ୍ତି ୟୁସୁଫ ।

ସେହିପରି ଭେଟେରାନ ଦ୍ରୁତ ବୋଲର ବିନୟ କୁମାର ମଧ୍ୟ ଆଜି ଅବସର ଗ୍ରହଣ କରିଛନ୍ତି । ନିଜ କ୍ରିକେଟ କ୍ୟାରିୟର ମଧ୍ୟରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲି, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ, ବିରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ସୁରଶ ରାଇନା ଓ ରୋହିତ ଶର୍ମାଙ୍କ ସହ ଖେଳିଥିବାରୁ ଶୌଭାଗ୍ୟଶାଳୀ ବୋଲି କହିଛନ୍ତି ।

ଟିମ ଇଣ୍ଡିଆ ପାଇଁ ବିନୟ କୁମାର ସମସ୍ତ ତିନୋଟି ଫର୍ମାଟରେ ଖେଳିଛନ୍ତି । ଗୋଟିଏ ଟେଷ୍ଟ, 31ଟି ଏକଦିବସୀୟ ଓ 9ଟି ଅନ୍ତର୍ଜାତୀୟ ଟି20 ଖେଳିବା ସହ ସମସ୍ତ ଫର୍ମାଟରୁ ୪୯ ଟି ୱିକେଟ ଅକ୍ତିଆର କରିଛନ୍ତି ।

Leave a Reply