ନିର୍ଭୟକୁ ନିୟୋଜିତ କଲା ଭାରତ, ସୀମାରେ ଚୀନ୍‌ର ଉଡ଼ାଇବ ହୋସ୍‌…

1 min read

ନୂଆଦିଲ୍ଲୀ: ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବାୟୁସେନା ପକ୍ଷରୁ ନିର୍ଭୟ କ୍ରୁଜ୍‌‌ ମିସାଇଲ୍‌ ମୁତୟନ କରାଯାଇଛି । ଏହା ଭାରତୀୟ ସେନାର ଶକ୍ତିକୁ ବହୁ ଗୁଣିତ କରିବ । ତିବ୍ଦତ ଅଞ୍ଚଳରେ ଥିବା ଚୀନ୍‌ର ବିଭିନ୍ନ ଅଡ୍ଡା ଉପରେ ଆକ୍ରମଣ କରିବାରେ ଏହି ନିର୍ଭୟ କ୍ରୁଜ୍‌ ସକ୍ଷମ ହେବ । ଏହି ମିସାଇଲ୍‌ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବା ପାଇଁ ଶକ୍ତି ରଖିଛି ।

୫ ମାସରୁ ଅଧିକ ସମୟ ହେଲାଣି ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଲାଗି ରହିଛି । ଅନେକ ସ୍ଥାନରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇ ରହିଛନ୍ତି । ଏଭଳି ପରିସ୍ଥିତିରେ ଭାରତ ପକ୍ଷରୁ ସୀମାରେ ନିଜର ସବୁଠାରୁ ନିର୍ଭରଯୋଗ୍ୟ ମିସାଇଲ୍‌ ମୁତୟନ କରାଯାଇଛି ।

ମିସାଇଲ୍‌ର ବିଶେଷତା କ’ଣ?

ଏହି ମିସାଇଲ୍‌ର କ୍ଷମତା ଏବଂ ଆମେରିକାର ପ୍ରସିଦ୍ଧ ଟୋମହାକ୍ ମିସାଇଲ୍‌ର କ୍ଷମତା ପାଖାପାଖି ସମାନ । ଏହି ମିସାଇଲ୍‌ ସବୁବେଳେ ଲକ୍ଷ ସ୍ଥଳରେ ହିଁ ଆଟାକ୍‌ କରିବାରେ ସକ୍ଷମ ହୋଇଥାଏ । ଏହାର ଲକ୍ଷ କେବେ ବି ବଚ୍ୟୁତ ହୁଏ ନାହିଁ । ନିର୍ଭୟ କ୍ରୁଜ୍‌ ମିସାଇଲ୍‌କୁ ଭାରତରେ ହିଁ ଡିଜାଇନ୍ କରାଯିବା ସହ ପ୍ରସ୍ତୁତ କରାଯାଇଛି । ଏହି ମିସାଇଲ୍‌ର ପ୍ରଥମ ପରୀକ୍ଷା ୧୨ ମାର୍ଚ୍ଚ ୨୦୧୩ ରେ କରାଯାଇଥିଲା । ଏହା‌ ପ୍ରଥମେ ରକେଟ୍‌ ଭଳି ସିଧା ଉପରକୁ ଯାଏ ଏବଂ ପରେ ଭୂମି ସମାନ୍ତରଳ ହୋଇ ଆକ୍ରମଣ କରିଥାଏ ।

ଏହି ମିସାଇଲ୍‌ର ଲମ୍ବା ୬ ମିଟର ଏବଂ ପ୍ରସ୍ତ ୦.୫୨ ମିଟର କରାଯାଇଛି । ଏହାର ଓଜନ ସର୍ବାଧିକ ୧୫୦୦ କିଲୋଗ୍ରାମ ଏବଂ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଏହା ଆକ୍ରମଣ କରିପାରେ । ଆଡଭାନ୍ସ ସିଷ୍ଟମ୍ ଲାବୋରେଟୋରୀ ଦ୍ୱାରା ନିର୍ମିତ ଏକ ସ୍ୱତନ୍ତ୍ର ରକେଟ୍ ମୋଟର ବୁଷ୍ଟର୍ ବ୍ୟବହାର କରାଯାଇ ଏହାକୁ ଇନ୍ଧନ ଯୋଗାଇ ଦିଆଯାଇଥାଏ ।

T-90

T-90 ଭୀଷ୍ମ ଟ୍ୟାଙ୍କ ମଧ୍ୟ ନିୟୋଜିତ

ଚୀନ୍‌ ସହ ଉତ୍ତେଜନା ଲାଗି ରହିଥିବା ମଧ୍ୟରେ ଭାରତ, ସୀମାନ୍ତରେ ଗୋଟିଏ ପରେ ଗୋଟିଏ ମାରାତ୍ମକ ଯୁଦ୍ଧାସ୍ତ୍ର ମୁତୟନ କରିବାରେ ଲାଗିଛି । ଦୁନିଆର ସବୁଠାରୁ ଲକ୍ଷ୍ୟ ଭେଦି ଟ୍ୟାଙ୍କ ଭାବରେ ପରିଚିତ T-90 ଭୀଷ୍ମ ଟ୍ୟାଙ୍କ ମଧ୍ୟ ନିୟୋଜିତ କରାଯାଇଛି । T-90 ଟ୍ୟାଙ୍କ ହେଉଛି ଏକ ମିସାଇଲ ଆକ୍ରମଣକୁ ରୋକିବାର କବଚ । ଏହାର ଏକ ହଜାର ହର୍ସପାଓ୍ୱାର ଇଞ୍ଜିନ୍ ରହିଛି । ଏକାଥରକେ ୫୫୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ଏହା ସକ୍ଷମ । ଏହାର ଓଜନ ୪୮ ଟନ୍ । ଏହା ଦୁନିଆର ସବୁଠାରୁ ହାଲୁକା ଟ୍ୟାଙ୍କ ମଧ୍ୟରୁ ଅନ୍ୟତମ ।

T-90

Leave a Reply