ସିଡନି ଟେଷ୍ଟରେ ମଦ୍ୟପ ଦର୍ଶକଙ୍କ ଉତ୍ପାତ, ଭାରତୀୟ ଖେଳାଳୀଙ୍କୁ ଦେଲେ ଗାଳି

India lodge complaint Of Racial Abuse Against Siraj, Bumrah At SCG

ସିଡନି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍ କାଳରେ ଅଷ୍ଟ୍ରେଲିଆ ଦର୍ଶକଙ୍କ ଅଭଦ୍ରାମି ସାମ୍ନାକୁ ଆସିଛି । ସିଡନି କ୍ରିକେଟ୍ ଗ୍ରାଉଣ୍ଡରେ ମ୍ୟାଚ୍ କାଳରେ ଉପସ୍ଥିତ ଥିବା କିଛି ଦର୍ଶକ ଟିମ୍ ଇଣ୍ଡିଆର ପେସ୍ ବୋଲର ମହମ୍ମଦ ସିରାଜଙ୍କୁ ଗାଳିଗୁଲଜ କରିଛନ୍ତି । ମଦ ନିଶାରେ ଚୁର ଥିବା ଏହି ଦର୍ଶକ ମାନେ ସିରାଜଙ୍କ ସହ ବୁମରାହଙ୍କ ବିରୋଧରେ ଜାତିଆଣ ଟିପ୍ପଣି କରିଥିବା ଟିମ୍ ଇଣ୍ଡିଆ ଅଭିଯୋଗ କରିଛି ।

ଏହି ଘଟଣା ପରେ ଭାରତୀୟ କ୍ରିକେଟ୍ ଟିମ୍ ଅଧିକାରିକ ଭାବେ ଅଭିଯୋଗ କରିଛି । ଅଭିଯୋଗ ଅନୁସାରେ ସିରାଜଙ୍କୁ ଗତ ଦୁଇ ଦିନ ଧରି ଦର୍ଶକ ଗାଳି କରୁଥିଲେ । ଏନେଇ କ୍ୟାପଟେନ ରହାଣେ ଅମ୍ପାୟରଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ତୃତୀୟ ଦିନର ଖେଳ ସରିବା ସହିତ ଔପଚାରିକ ଭାବେ ଅଭିଯୋଗ କରାଯାଇଛି । ଟିମ୍ ସୂତ୍ର ଅନୁସାରେ ମଦ ନିଶାରେ ଚୁର ଥିବା ଦର୍ଶକ ସିରାଜଙ୍କୁ ଗାଳି ଗୁଲଜ କରିଥିଲେ । ଟିମ୍ ଅନୁସାରେ ଦର୍ଶକଙ୍କ କମେଣ୍ଟ ଅତ୍ୟନ୍ତ ଅପମାନଜନକ ଥିଲା । କେବଳ ସିରାଜ ନୁହନ୍ତି ଟିମର ଅନ୍ୟତମ ଷ୍ଟାର ବୋଲର ଜସପ୍ରିତ ବୁମରାହଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ଦର୍ଶକ ଗାଳିଗୁଲଜ କରିଥିଲେ ।

India lodge complaint Of Racial Abuse Against Siraj, Bumrah At SCG

ଅଷ୍ଟ୍ରେଲିଆ ଖବର କାଗଜ ଡେଲି ଟେଲିଗ୍ରାଫ୍ ଅନୁସାରେ ଡ୍ରେସିଂ ରୁମ ବାହାରେ ଟିମ୍ ଇଣ୍ଡିଆ କ୍ୟାପଟେନ୍,ଆଇସିସି ଓ ଷ୍ଟାଡିୟମ ସୁରକ୍ଷା ଅଧିକାରୀ ଏନେଇ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ବୁମରାହ ଓ ସିରାଜ ମଧ୍ୟ ଉପସ୍ଥିତ ଥିଲେ ।

ଏମିତିରେ ଅଷ୍ଟ୍ରେଲିଆ ଦର୍ଶକଙ୍କ ଏଭଳି ବ୍ୟବହାର କିଛି ନୂଆ ନୁହେଁ । ଅଷ୍ଟ୍ରେଲିଆ ଖେଳାଳି ଯଦି ପଡ଼ିଆ ଭିତରେ ମାନସିକ ଚାପ ସୃଷ୍ଟି ପାଇଁ ସ୍ଲେଜିଂ କରିଥାନ୍ତି ତେବେ ଦର୍ଶକ ମଧ୍ୟ ଅତିଥି ଖେଳାଳିଙ୍କୁ ଚାପରେ ରଖିବାକୁ ବିଭିନ୍ନ ପ୍ରକାର କମେଣ୍ଟ ଜୋରରେ ଦେଇଥାନ୍ତି । ବାଉଣ୍ଡରି ଲାଇନରେ ଥିବା ଖେଳାଳି ଏହିଭଳି ଦର୍ଶକଙ୍କ ଅଧିକ ଶିକାର ହୋଇଥାନ୍ତି ।

Leave a Reply