ପ୍ରଥମ ଦିନରେ ଟିକା ନେଲେ ୧ ଲକ୍ଷ ୯୧ ହଜାର ୧୮୧ ଜଣ ଭାରତୀୟ

1 min read
India Vaccinated 1,91, 181 Beneficiaries for Covid-19 on day 1

 

ନୂଆଦିଲ୍ଲୀ: ଭାରତ ଆଜି ଭ୍ୟାକ୍ସିନ୍ ନେଇଛି । ପ୍ରଥମ ଦିନରେ ଦେଶର ୩ ହଜାର ୩୫୧ଟି ଟିକାକରଣ କେନ୍ଦ୍ରରେ ୧ ଲକ୍ଷ ୯୧ ହଜାର ୧୮୧ ଜଣ ଭାରତୀୟ ନେଇଛନ୍ତି କୋଭିଡ୍ ଟିକା । ବଡ଼ କଥା ହେଉଛି ସାମୁହିକ ଟିକାକରଣ ପରେ କାହାରିକୁ ବି ମେଡିକାଲରେ ଭର୍ତ୍ତି କରାଯାଇ ନାହିଁ । ଯାହାକି ଆଶ୍ୱସ୍ତିର ବିଷୟ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୩ ଲକ୍ଷ ଲୋକଙ୍କୁ ଭ୍ୟାକ୍ସିନ୍ ଦେବା ନେଇ ଲକ୍ଷ ରଖାଯାଇଥିଲା । ଯାହା ପୂରଣ ହୋଇପାରି ନାହିଁ । ଅର୍ଥାତ୍ ପ୍ରଥମ ଦିନରେ ଟାର୍ଗେଟ୍ ପୂରଣ ହୋଇପାରିନାହିଁ । ପ୍ରଥମ ଦିନ ଟିକାକରଣ ଅଭିଯାନ ସଫଳ ହୋଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶନିବାର ସକାଳେ ପ୍ରଧାନମନ୍ତ୍ରୀ ମୋଦି ଜାତୀୟ ଟିକାକରଣ ଦିବସରେ କୋଭିଡ୍ ଟିକାକରଣର ଶୁଭାରମ୍ଭ କରିଥିଲେ ।

India Vaccinated 1,91, 181 Beneficiaries for Covid-19 on day 1

କୋଭିଡ୍ ବିରୋଧୀ ଲଢ଼େଇରେ ବୈଜ୍ଞାନିକ ଓ ଡକ୍ଟରଙ୍କ ନିଷ୍ଠାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ । କହିଛନ୍ତି- କୋଭିଡ୍ ବିରୋଧରେ ଗୋଟିଏ ବର୍ଷର ଲଢ଼େଇରେ ଆମେ ସଫଳତା ପାଇଛୁ । ବିଗତ ୩ରୁ ୪ ମାସର କରୋନା ସୁସ୍ଥ ଓ ମୃତ୍ୟୁ ସଂଖ୍ୟା ଦେଖିଲେ ଆମେ କୋଭିଡ୍ ବିରୋଧୀ ଯୁଦ୍ଧ ଜିତିଥିବା କୁହାଯିବ । ଦେଶବ୍ୟାପୀ ଟିକାକରଣ ପରେ ଆଜିର ଦିନକୁ ଜବରଦସ୍ତ ଆରାମର ଦିନ କହିଛନ୍ତି ହର୍ଷ ବର୍ଦ୍ଧନ ।

India Vaccinated 1,91, 181 Beneficiaries for Covid-19 on day 1

ପ୍ରଧାନମନ୍ତ୍ରୀ ମୋଦି ଦେଶରେ କୋଭିଡ୍ ଟିକାକରଣ ଶୁଭାରମ୍ଭ କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶ ରଣଦୀପ ଗୁଲେରିଆ ଏବଂ ନିତି ଆୟୋଗର ଭି.କେ ପାଉଲ କରୋନା ଟିକା ନେଇଥିଲେ । ଅନ୍ୟପଟେ ନିଜ ବାସଭବନରେ କୋଭିସିଲ୍ଡ ଟିକା ନେଇଛନ୍ତି ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନାୱାଲା । ଆଜିର ଟିକାକରଣ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ୧୬ ହଜାର ୭୫୫ ଜଣ ସ୍ୱାସ୍ଥ୍ୟକର୍ମୀ ସାମିଲ୍ ଥିଲେ ।

Leave a Reply