ଗୋପନୀୟତା ନୀତିରେ ପରିବର୍ତ୍ତନ ନେଇ WhatsAppର ପ୍ରତିକ୍ରିୟା

1 min read
India Whatsapp Clarification On New Privacy Policy

 

ନୂଆଦିଲ୍ଲୀ: ଫେବ୍ରୁଆରୀ ୮ରୁ କଣ ହେବ ? ସୋସିଆଲ୍ ମେସେଜିଂ ଆପ୍ ହ୍ୱାଟ୍ସଆପ ବ୍ୟବହାର କରୁଥିବା ୟୁଜରଙ୍କ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ । ସତରେ କଣ ହ୍ୱାଟ୍ସଆପ୍ ଆପଣଙ୍କ ପ୍ରତିଟି କଲ୍, ମେସେଜ, ଚାଟ, ଫଟୋ, ଭିଡିଓ ଓ ଲୋକେସନ୍ ଉପରେ ନଜର ରଖିବ ? ଏହାକୁ ନେଇ ଦେଶ ତମାମ୍ ନାନା ଆଲୋଚନା ଜାରି ରହିଛି । ଦୁନିଆର ସବୁଠୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପକୁ ନେଇ ତର୍କ, ବିତର୍କ ଚାଲିଥିବା ବେଳେ ସ୍ପଷ୍ଟୀକରଣ ରଖିଛି ହ୍ୱାଟ୍ସଆପ୍ ।

ହ୍ୱାଟ୍ସଆପ୍ ମୁଖ୍ୟ ୱିଲ୍ କାଟକାର୍ଟ ଟ୍ୱିଟ୍ କରି ସଫେଇ ଦେଇଛନ୍ତି । ହ୍ୱାଟ୍ସଆପ୍ ପକ୍ଷରୁ କୁହାଯାଇଛି- କମ୍ପାନୀ ନୀତି (Policy)ରେ କୌଣସି ପରିବର୍ତ୍ତନ ଆଣିନାହିଁ । ଏଣ୍ଡ ଟୁ ଏଣ୍ଡ ଇନକ୍ରିପ୍ସନର ବ୍ୟବହାର କରାଯାଉଛି । ଯାହାକୁ ବଦଳାଇବା ଲାଗି କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏବେ ହେଉଥିବା ପରିବର୍ତ୍ତନ କେବଳ ବ୍ୟବସାୟିକ ଆକାଉଣ୍ଟ ଲାଗି । ଯେଉଁଥିରେ ସ୍ୱଚ୍ଛତା ଆବଶ୍ୟକ । ଅନ୍ୟ ବ୍ୟବହାରକାରୀଙ୍କ ଚାଟ୍, ଫଟୋ, ଭିଡିଓ ପୂର୍ବଭଳି ସୁରକ୍ଷିତ ବୋଲି ହ୍ୱାଟ୍ସଆପ୍ ପକ୍ଷରୁ କୁହାଯାଇଛି ।

India Whatsapp Clarification On New Privacy Policy

ଏପରିକି ଫେସବୁକ୍ କିମ୍ବା ଅନ୍ୟ କାହାସହ ହ୍ୱାଟ୍ସଆପ୍ ତଥ୍ୟ ସେୟାର କରିବ ନାହିଁ । ଲୋକ ପରିବାର, ବନ୍ଧୁଙ୍କ ସହ ବିଶ୍ୱର କୌଣସି ସ୍ଥାନରେ ବ୍ୟକ୍ତିଗତ କଥା ହେଉଥିଲେ ତାହା ପ୍ରଘଟ ହେବ ନାହିଁ ବୋଲି ହ୍ୱାଟ୍ସଆପ୍ କହିଛି । ୧୭୫ ମିଲିୟନ୍ ଲୋକ ହ୍ୱାଟ୍ସଆପ୍ ବିଜିନେସ୍ ଆକାଉଣ୍ଟ ବ୍ୟବହାର କରୁଛନ୍ତି । ତେଣୁ, ଏଥିରେ ସ୍ୱଚ୍ଛତା ଆଣିବା ଲାଗି ପଦକ୍ଷେପ ନିଆଯାଇଥିବା ହ୍ୱାଟ୍ସଆପ୍ କହିଛି ।

Leave a Reply