କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ କରୁଥିଲା ଅନ୍ତର୍ଜାତୀୟ ସେମିନାର, ଭାରତୀୟ ହ୍ୟାକର କହିଲେ ‘ଜୟ ଶ୍ରୀରାମ’

1 min read
Indian Hackers During International Seminar Raise Jai Sriram Slogans

ଇସଲାମାବାଦ: ଜମ୍ମୁ-କାଶ୍ମୀରକୁ ଅନ୍ତର୍ଜାତୀୟ ମୁଦ୍ଦା କରିବାକୁ ପାକିସ୍ତାନ ବାରମ୍ବାର ଉଦ୍ୟମ କରୁଛି । କେତେବେଳେ କାଶ୍ମୀରକୁ ନେଇ ଭାରତକୁ ଘେରିବାକୁ ଚେଷ୍ଟା କରୁଛି ତ ଆଉ କେବେ ଭାରତର ଅଞ୍ଚଳକୁ ନିଜର ବୋଲି ଦାବି କରୁଛି । ସବୁବେଳେ ପାକିସ୍ତାନର ଏଭଳି ବାଚଳାମୀର କଡ଼ା ଜବାବ ଦେଇଛି ଭାରତ । ଏବେ ଭାରତୀୟ ହ୍ୟାକର ପୁଣି ପାକିସ୍ତାନ ସାଇଟକୁ ହ୍ୟାକ କରି ‘ଜୟ ଶ୍ରୀରାମ’ ନାରା ଦେଇଛନ୍ତି । କଥା ହେଉଛି ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଏକ ଅନ୍ତର୍ଜାତୀୟ ସେମିନାର କରୁଥିଲା । ସେତିକିବେଳେ ଭାରତୀୟ ହ୍ୟାକର ହ୍ୟାକ କରି ନେଲେ ।

ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ଅଧିକାରୀ ଏକ ଅନ୍ତର୍ଜାତୀୟ ସେମିନାର କରିଥିଲେ । ଭିଡିଓ କନଫରେନ୍ସିଂ ସାଇଟ୍ ଜୁମରେ ଏହି ସେମିନାର ଚାଲିଥିଲା । ସେମିନାର ମଝିରେ କିଛି ଗୀତ ଶୁଣିବାକୁ ମିଳିଥିଲା । ଏହି ଗୀତ ଥିଲା ଭଗବାନ ରାମଙ୍କୁ ନେଇ ଭାରତରେ ଗାନ କରାଯାଉଥିବା ଭଜନ । ସେମିନାରରେ ସାମିଲ୍ ଅତିଥି ଭାବୁଥିଲେ କାର୍ଯ୍ୟକ୍ରମର ସଂଚାଳକ ଡା. ୱଲିଦ ମଲିକ ଗୀତ ବଜାଉଛନ୍ତି ଓ ତାଙ୍କୁ ଗୀତ ବନ୍ଦ କରିବାକୁ କୁହାଯାଉଥିଲା ।

ସେତିକି ବେଳେ ଶୁଣା ଯାଇଥିଲା ଆମେ ଭାରତୀୟ । ଡାୟ ୱଲିଦ କହିଥିଲେ ସେ ଏହି ଭିଡିଓକୁ ରେକର୍ଡ କରୁଛନ୍ତି । ପରେ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଏହା ପୂର୍ବରୁ ଭାରତୀୟ ହ୍ୟାକର ପାକିସ୍ତାନ ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍ କରି ନେଇଥିଲେ ।

ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ପ୍ରସଙ୍ଗ ବହୁ ପୁରୁଣା ଅଟେ । ତେବେ, ବିଗତ କିଛି ମାସ ହେଲା ପାକିସ୍ତାନ ଆକ୍ରମଣାତ୍ମକ ପଦକ୍ଷେପ ନେଉଛି । ପ୍ରଥମେ ପାକିସ୍ତାନ ନୂଆ ମାନଚିତ୍ର ଜାରି କରିଥିଲା । ଯେଉଁଥିରେ ବିବାଦୀୟ କ୍ଷେତ୍ରକୁ ପାକିସ୍ତାନ ନିଜର ଦର୍ଶାଇଥିଲା । ଗିଲଗିଟ୍-ବାଲୋଚିସ୍ତାନ ପ୍ରଦେଶକୁ ମାନ୍ୟତା ଦେବାକୁ ଘୋଷଣା କରିଛି । ନଭେମ୍ବର ମାସରେ ନିର୍ବାଚନ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଭାରତର ଏହାର ବିରୋଧ କରି ଆସୁଛି ।

Leave a Reply