ବ୍ରିଟେନ୍ ଷ୍ଟ୍ରେନକୁ ମାତ୍ ଦେବ ଭାରତର କୋଭିସିଲ୍ଡ

1 min read

ନୂଆଦିଲ୍ଲୀ: ଭାରତର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ଖୁସି ଖବର। ବ୍ରିଟେନ୍ ଷ୍ଟ୍ରେନକୁ ବି ମାତ୍ ଦେଇପାରିବ କୋଭିସିଲ୍ଡ। ଏହି ଟିକା ବ୍ରିଟେନର ଅଧିକ ସଂକ୍ରାମକ କରୋନା ଭୂତାଣୁ ସହ ଲଢ଼ିବାକୁ ସକ୍ଷମ ବୋଲି ଜଣାପଡ଼ିଛି।

ଭାରତର ସେରମ୍ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ କରାଯାଇଥିବା ଏହି ଟିକା, ବ୍ରିଟେନ୍ ଷ୍ଟ୍ରେନ୍ ବିରୋଧରେ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିବା ଅକ୍ସଫୋର୍ଡ ୟୁନିଭର୍ସିଟି କହିଛି। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର କହିବା ମୁତାବକ, କୋଭିସିଲ୍ଡ ଟିକା କରୋନାର ମୂଳ ଭୂତାଣୁ ଓ ବ୍ରିଟେନ୍ ଷ୍ଟ୍ରେନ୍ ବିରୋଧରେ ସମାନ ଭାବେ ପ୍ରଭାବଶାଳୀ। ବ୍ରିଟେନରେ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ବିରୋଧରେ ଲଢ଼ିବାକୁ କୋଭିସିଲ୍ଡ ଟିକା ସକ୍ଷମ ବୋଲି ଟିକା ପରୀକ୍ଷଣ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ପ୍ରଫେସର ପୋଲାର୍ଡ ସୂଚନା ଦେଇଛନ୍ତି।

ଅନ୍ୟପଟେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର କରୋନା ଷ୍ଟ୍ରେନ୍ ବିରୋଧରେ ଲଢ଼ିବାକୁ କୋଭିସିଲ୍ଡ କେତେ ପ୍ରଭାବଶାଳୀ ଜାଣିବାକୁ ବିଶେଷଜ୍ଞମାନେ ଗବେଷଣା ଜାରି ରଖିଛନ୍ତି।

Leave a Reply