ଆରସିବିକୁ ୮ ଓ୍ୱିକେଟରେ ହରାଇଲା ସିଏସ୍‌କେ, ଗାଏକୱାଡଙ୍କ ଅପରାଜିତ ୬୫ ରନ୍‌

1 min read

ଦୁବାଇ: ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ୪୪ ତମ ମ୍ୟାଚକୁ ହେତେଇ ନେଇଛି । ରବିବାର ଦିନ ଚେନ୍ନାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୁ ୮ ୱିକେଟରେ ପରାସ୍ତ କରିଛି । CSK ୧୮.୦୪ ଓଭରରେ ୨ ୱିକେଟ୍ ହରାଇ ମ୍ୟାଜକୁ ନିଜ ଅଧିନକୁ ନେଇଛି । ମହେନ୍ଦ୍ର ସିଂଙ୍କ ନେତୃତ୍ୱରେ ଚେନ୍ନାଇ ଦଳ ଚତୁର୍ଥ ବିଜୟ ହାସଲ କରି ମ୍ୟାଚ୍‌ରେ ନିଜର ସ୍ଥାନକୁ ବଜାୟ ରଖିଛି । ଚେନ୍ନାଇର ବିଜୟରେ ମ୍ୟାନ୍ ଅଫ୍ ଦି ମ୍ୟାଚ ଥିବା ରିତୁରାଜ ଗାଏକୱାଡ ଅପରାଜିତ ୬୫ ରନ କରିଥିଲେ ।

ଚେନ୍ନାଇ ୧୨ ଟି ମ୍ୟାଚରୁ ୮ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି । ଦଳର ବର୍ତ୍ତମାନ ଦୁଇଟି ମ୍ୟାଚ୍ ବାକି ଅଛି । ଯେଉଁ ମ୍ୟାଚକୁ ଜିତିବା ପରେ ସିଏସ୍‌କେ ୧୨ ପଏଣ୍ଟରେ ହିଁ ରହିବ । ଅନ୍ୟପକ୍ଷରେ, ବିରାଟଙ୍କ ଅଧିନାୟକତ୍ୱରେ ୧୧ ଟି ମ୍ୟାଚରେ ବେଙ୍ଗାଲୁରୁର ଏହା ଚତୁର୍ଥ ପରାଜୟ ଥିଲା । ତଥାପି ପଏଣ୍ଟ ଟେବୁଲରେ ୧୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ଆରସିବି ।

୧୪୬ ରନ୍‌ର ଟାର୍ଗେଟକୁ ଲକ୍ଷ କରି ଫାଫ୍ ଡୁପଲେସିସ୍ ଏବଂ ରିତୁରାଜ ଗାଏକୱାଡ ଚେନ୍ନାଇ ପାଇଁ ୪୬ ରନ୍ ଯୋଡିଥିଲେ । ଡୁପ୍ଲେସିସ୍ ୨୫ ରନ କରି କ୍ରିସ୍ ମୋରିସଙ୍କ ବଲ୍‌ରେ ଆଉଟ ହୋଇ ପାବିଲିୟନକୁ ଫେରିଥିଲେ । ଗାଏକୱାଡ ଏବଂ ଅମ୍ବାତି ରାୟୁଡୁ ଦଳପାଇଁ ୩୮ ବଲରେ ୬୭ ରନ୍ ଯୋଡିଥିଲେ । ସେପଟେ ୟୁଜଭେନ୍ଦ୍ର ଚହଲଙ୍କ ଦ୍ୱାରା ରାୟୁଡୁ ଆଉଟ ହୋଇ ପାବିଲିୟନକୁ ଆସିଥିଲେ । ଏହା ପରେ ଗାଇକୱାଡ ଏବଂ କ୍ୟାପଟେନ ଧୋନି ଦଳକୁ ବିଜୟ ଆଡକୁ ନେଇଥିଲେ ।

ବିରାଟ କୋହଲି ଅର୍ଦ୍ଧଶତକ କରିବା ସହ ଏବି ଡି ଭିଲିୟର୍ସଙ୍କ ସହ କ୍ରିଜରେ ଅଧିକ ସମୟ ପର୍ଯ୍ୟନ୍ତ ରହିଥିଲେ । କିନ୍ତୁ ଏହା ସତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମାତ୍ର ୧୪୫ ସ୍କୋର କରିଥିଲା । ପିଚ୍ ବହୁତ ସ୍ଲୋ ଥିବାରୁ ରନ୍ ସଂଗ୍ରହ କରିବା ବହୁତ କଷ୍ଟ ଥିଲା । କୋହଲି ୪୩ ଟି ବଲ ଖେଳି ୫୦ ରନ କରିଥିଲେ । ଡି ଭିଲିୟର୍ସ ୩୬ ବଲରେ ଚାରି ଚାରିଟି ସାହାଯ୍ୟରେ ୩୯ ରନ୍ କରିବାରେ ସକ୍ଷମ ହୋଇଥିଲେ ।

Leave a Reply