ପ୍ରଥମଥର ପାଇଁ IPL ଫାଇନାଲରେ ପହଞ୍ଚିଛି ଦିଲ୍ଲୀ

ଆବୁଧାବି: ଆଜି ଆଇପିଏଲ ମହାସମରର ଗ୍ରାଣ୍ଡ୍ ଫିନାଲେ । ଟାଇଟଲ୍ ଟକ୍କର ପାଇଁ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲସ୍ ଏବଂ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ଥର ପାଇଁ ଟାଇଟଲ ହାତେଇବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଶ୍ରେୟସ ଆୟାରଙ୍କ ଦିଲ୍ଲୀ । ସନ୍ଧ୍ୟା ୭.୩୦, ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ବହୁ ପ୍ରତୀକ୍ଷିତ ଗ୍ରାଣ୍ଡ ଫିନାଲେ । ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଫାଇନାଲରେ ପହଞ୍ଚିଥିବା ବେଳେ ୪ଥର ବିଜୋତା ମଧ୍ୟ ହୋଇସାରିଛି।

ପଟେ ଆଇପିଏଲ ଇତିହାସରେ ଦିଲ୍ଲୀ କ୍ୟାପିଟାଲ ପ୍ରଥମ ଥର ଫାଇନାଲକୁ ପ୍ରବେଶ କରି ଟ୍ରଫି ହତେଇବାକୁ ଲକ୍ଷ ରଖିଛି। ଉଭୟ ଟିମ୍ ମଧ୍ୟରେ ଚଳିତ ସଂସ୍କରଣରେ ୩ଟି ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଥିଲା । ୩ଟି ଯାକ ମ୍ୟାଚରେ ସାନ୍ଦାର ବିଜୟ ହାସଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଆଇପିଏଲ ଇତିହାସରେ ଏପର୍ଯ୍ୟନ୍ତ ୨୭ଟି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ୧୫ ମ୍ୟାଚ୍ ମୁମ୍ବାଇ ହାତେଇଥିବା ବେଳେ ୧୨ଟି ମ୍ୟାଚ୍ ହାତେଇଛି ଦିଲ୍ଲୀ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ କ୍ୱିଣ୍ଟନ ଡିକକ୍ ଚଳିତ ଆଇପିଏଲରେ ଭଲ ଫର୍ମରେ ରହିଛନ୍ତି । ଫାଇନାଲରେ ରୋହିତଙ୍କ ପ୍ରଦର୍ଶନ ଉପରେ ରହିବ ସମସ୍ତଙ୍କର ନଜର ।

ସେପଟେ ଦିଲ୍ଲୀ ପାଇଁ ଚଳିତ ସଂସ୍କରଣରେ ସବୁଠାରୁ ଅଧିକ ରନ୍ କରିଛନ୍ତି ଶିଖର ଧାୱନ । ଅଜିଙ୍କ୍ୟ ରାହାଣେଙ୍କ ଠାରୁ ମଧ୍ୟ ଦଳ ବହୁତ କିଛି ଆଶା ରଖିଛି । ତେବେ ଅଧିନାୟକ ଶ୍ରେୟାସ ଆୟାର ଓ ରିଷଭ ପନ୍ଥଙ୍କ ପ୍ରଦର୍ଶନ ଚିନ୍ତାର କାରଣ ପାଲଟିଛି । ପ୍ରଦର୍ଶନ ମୁତାବକ ଏବଂ ରେର୍କଡ ହିସାବରେ ମୁମ୍ବାଇ ଇଣ୍ଡିଆନ୍ସର ପଲା ଭାରି ରହିଥିବା ବେଳେ ନିଜର ଶତପ୍ରତିଶତ ପ୍ରଦର୍ଶନକୁ ନେଇ ଆଶା ରଖିଛି ଦିଲ୍ଲୀ ।

Leave a Reply