ପ୍ଲେ ଅଫରେ ସାମିଲ ହେଲା ହାଇଦ୍ରାବାଦ ବିଦାୟ ନେଲା KKR

1 min read

ଦୁବାଇ: ପ୍ଲେ ଅଫରେ ପ୍ରବେଶ କଲା ସନ୍‌ରାଇଜର୍ସ ହାଇଦ୍ରାବାଦ । ଗତକାଲି ଶେଷ ଲିଗ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ୧୦ ୱିକେଟରେ ପରାସ୍ତ କରି ଚତୁର୍ଥ ଦଳ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିଛି ହାଇଦ୍ରାବାଦ । ପୂର୍ବରୁ ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ପ୍ଲେ ଅଫରେ ପ୍ରବେଶ କରିଥିଲେ । ଉଭୟ ହାଇଦ୍ରାବାଦ ଓ କୋଲ୍‌କାତା ସମାନ ୧୪ ପଏଣ୍ଟ୍‌ ପାଇଥିଲେ ମଧ୍ୟ ଏନଆର୍‌ଆର୍‌ ଫରକ ପକାଇଥିଲା ।

ଏଥି ସହିତ ପ୍ଲେ-ଅଫ୍‌ ସୂଚୀ ମଧ୍ୟ ଚୂଡାନ୍ତ ହୋଇଛି  । ମୁମ୍ବାଇ ଓ ଦିଲ୍ଲୀ ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି  । ଉଭୟ ଗୁରୁବାର ପ୍ଲେ-ଅଫ୍‌ରେ ପ୍ରଥମ କ୍ୱାଲିଫାୟର ଖେଳିବେ  । ଶୁକ୍ରବାର ବାଙ୍ଗାଲୋର ଓ ହାଇଦ୍ରାବାଦ ମଧ୍ୟରେ ଏଲିମିନେଟର୍‌ ଖେଳାଯିବ । ଗତକାଲି ମ୍ୟାଚରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିଥିଲା । ନିର୍ଦ୍ଧାରିତ ଓଭରରେ ୮ୱିକେଟ ହରାଇ ୧୪୯ରନ କରିଥିଲା ମୁମ୍ବାଇ  । ଜବାବରେ ୧୭ ଦଶମିକ ୧ ଓଭରରେ ମ୍ୟାଚକୁ ବିନା କୌଣସି ୱିକେଟ୍ ବିନିମୟରେ ହାଇଦ୍ରାବାଦ ଜିତିନେଇଥିଲା।

ସେପଟେ ହାଇଦ୍ରାବାଦ ପ୍ଲେ-ଅଫରେ ସାମିଲ ହେବା ପରେ କୋଲକତା ନାଇଟ୍ ରାଇଡରସଙ୍କ ଫ୍ଲେ ଅଫର ସ୍ୱପ୍ନ ଭାଙ୍ଗି ଯାଇଛି । ଗତକାଲି ମ୍ୟାଚରେ ହାଇଦ୍ରାବାଦ ବିଜୟ ହାସଲ କରି KKRକୁ ପ୍ଲେ-ଅଫରୁ ଆଉଟ୍ କରିଛି । ପ୍ଲେ-ଅଫ୍ ତାଲିକାରେ ମୁମ୍ବାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ୨ୟ ସ୍ଥାନରେ ଦିଲ୍ଲୀ ଏବଂ ତୃତୀୟ ସ୍ଥାନରେ ବାଙ୍ଗାଲୋର ରହିଛି ।

Leave a Reply