୩୩ ବର୍ଷର ସେବା ପରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଲେ ସତ୍ୟଜିତ୍ ମହାନ୍ତି

1 min read
IPS Satyajit Mohanty Took Voluntary Retirement From Service To Join As OPSC Chairman

ଭୁବନେଶ୍ୱର: ୧୯୮୮ ବ୍ୟାଚର ଭାରତୀୟ ପୋଲିସ ସେବା ଅଫିସର ସତ୍ୟଜିତ୍ ମହାନ୍ତି ଆଜି ଚାକିରିରୁ ଅବସର ନେଇଛନ୍ତି । ଓଡ଼ିଶା ଅଗ୍ନିଶମ ମହାନିର୍ଦ୍ଦେଶକ ଭାବେ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ସେ ଅବସର ନେଇଛନ୍ତି । ସୋମବାର ଆସନ୍ତାକାଲି ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (OPSC)ର ଅଧ୍ୟକ୍ଷ ଭାବେ ସେ ଯୋଗଦେବେ ।

ଆଜି ସତ୍ୟଜିତ୍ ମହାନ୍ତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ୧୯୮୮ ବ୍ୟାଚର ଏହି ଆଇପିଏସ୍ ଅଫିସର ଜୟପୁରରୁ ୧୯୯୦ ମସିହାରେ ଏଏସପି ଭାବେ ଚାକିରି ଆରମ୍ଭ କରିଥିଲେ । ପରେ କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱରରେ ଏସପି ଭାବେ କାର୍ଯ୍ୟ କରିଛନ୍ତି । ଭିଜିଲାନ୍ସ ଏସପି ଓ ଟ୍ରାନ୍ସପୋର୍ଟ କମିଶନର ଭାବେ ତାଙ୍କର ଅଭିଜ୍ଞତା ରହିଛି । ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ଟ୍ୱିନ୍ ସିଟି ପୋଲିସ କମିଶନର ଭାବେ ସେ ଉଲ୍ଲେଖନୀୟ କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ଡିଜିପି, ଅଗ୍ନିଶମ ଡିଜି ଭାବେ ସେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି ।

Leave a Reply