ସରକାରଙ୍କ ବଡ଼ ଘୋଷଣା, ଛୁଆଙ୍କ ଦାୟିତ୍ୱ ନେଉଥିବା ଏକୁଟିଆ ପୁରୁଷ ଅଭିଭାବକଙ୍କୁ ମିଳିବ ଚାଇଲ୍ଡ କେୟାର୍ ଲିଭ୍

1 min read
Jitendra Singh Said Male Employees Of The Government Are Also Now Entitled To Child Care Leave

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ସୋମବାର କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ବଡ଼ ଘୋଷଣା କରିଛନ୍ତି । ଏକୁଟିଆ ପୁରୁଷ ଅଭିଭାବକ (ସରକାରୀ କର୍ମଚାରୀ)ଙ୍କୁ ଛୁଆଙ୍କ ଯତ୍ନ ନେବା ଲାଗି ଚାଇଲ୍ଡ କେୟାର୍ ଲିଭ ନେଇପାରିବେ । ସେ କହିଛନ୍ତି- ଚାଇଲ୍ଡ କେୟାର ଲିଭ୍ ସୁବିଧା ଏବେ କେବଳ ଏକୁଟିଆ ଅଭିଭାବକଙ୍କୁ ମିଳିବ । ଯିଏ କି ଛାଡ଼ପତ୍ର, ବିଧବା (ସ୍ତ୍ରୀକୁ ହରାଇଥିବା ପୁରୁଷ) ଓ ଅବିବାହିତଙ୍କୁ ମିଳିବ । ଏହି ନିଷ୍ପତ୍ତି ସେ ଅଦ୍ଭୁତପୂର୍ବ ଓ ପ୍ରଗତିଶୀଳ କରିଛନ୍ତି । ଏହାଦ୍ୱାରା ସରକାରୀ କର୍ମଚାରୀଙ୍କୁ ଭଲ ସୁବିଧା ମିଳିବ ।

Jitendra Singh Said Male Employees Of The Government Are Also Now Entitled To Child Care Leave

ଏହି ନିୟମରେ ଆହୁରି ଆଶ୍ୱସ୍ତି ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି- ଯେଉଁ କର୍ମଚାରୀ ଏବେ ଚାଇଲ୍ଡ କେୟାର ଲିଭରେ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ଛୁଟି ମିଳୁଛି । ଏତିକି ନୁହେଁ କର୍ମଚାରୀ ଚାଇଲ୍ଡ କେୟାର ଲିଭରେ ଥିବାବେଳେ ଚାହିଁଲେ ଲିଭ୍ ଟ୍ରାଭେଲ୍ କନସେସନର ଲାଭ ନେଇପାରିବେ । ପୂର୍ବ ବର୍ଷର ସମ୍ପୂର୍ଣ୍ଣ ପେଡ୍ ଲିଭକୁ ଚାଇଲ୍ଡ କେୟାର ଲିଭ୍ ପ୍ରକାରେ ମଧ୍ୟ ନେଇ ହେବ । ଏବଂ ଦ୍ୱିତୀୟ ବର୍ଷ ଫୁଲ୍ ପେଡ୍ ଲିଭର ୮୦ ପ୍ରତିଶତ ଚାଇଲ୍ଡ କେୟାର ଲିଭ୍ ଭାବେ ବ୍ୟବହାର କରିପାରିବେ ।

ଦିବ୍ୟାଙ୍ଗ ପିଲାଙ୍କ ଦେଖାଶୁଣା ପାଇଁ ନୂଆ ନିୟମ

ଜିତେନ୍ଦ୍ର ସିଂହ ଆଉ ଏକ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି । ଏଣିକି ଦିବ୍ୟାଙ୍ଗ ଛୁଆଙ୍କ ଦେଖାଶୁଣା ଲାଗି କୌଣସି ସରକାରୀ କର୍ମଚାରୀ କେବେ ବି ଚାଇଲ୍ଡ କେୟାର ଲିଭ୍ ନେଇପାରିବେ । ପୂର୍ବରୁ ଏଥିପାଇଁ ପିଲାଙ୍କ ସର୍ବାଧିକ ବୟମ ୨୨ ଥିଲା ।

Jitendra Singh Said Male Employees Of The Government Are Also Now Entitled To Child Care Leave

ଏହି ନିୟମରେ ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ଇଚ୍ଛା ପ୍ରକାଶ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ବିଗତ ୬ ବର୍ଷର ସରକାରରେ କେତକ ନିୟମରେ ପରିବର୍ତ୍ତନ ଅଣାଯାଇଛି । ସବୁଥିରେ ପରିବର୍ତ୍ତନ ଉଦ୍ଦେଶ୍ୟ ସରକାରୀ କର୍ମଚାରୀ ଭଲ ପ୍ରଦର୍ଶନ କରନ୍ତୁ । ଏଥିସହ ବିଗତ ବର୍ଷରେ ଭ୍ରଷ୍ଟାଚାରକୁ ନେଇ ସରକାରୀ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Leave a Reply