ତିନି ବିଜେପି ନେତାଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା ଟିଆରଏଫ

1 min read
Know All About TRF That Claims Responsibility Of Murder Of 3 BJP Leaders In Kulgam

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର କୁଲଗାମରେ ଗୁରୁବାର ଭାରତୀୟ ଜନତା ପାର୍ଟିର ତିନିଜଣ ନେତାଙ୍କୁ ହତ୍ୟା କରାଯାଇଥିଲା । ଘରକୁ ଫେରୁଥିବା ବେଳେ ଆତଙ୍କବାଦୀ ୩ ବିଜେପି ନେତାଙ୍କ ଉପରେ ଆକ୍ରମଣ କରିଥିଲେ । ଆତଙ୍କୀଙ୍କ ଗୁଳି ମାଡ଼ରେ ତିନି ବିଜେପି ନେତାଙ୍କ ମୃତ୍ୟୁ ହୋଇଥିଲା । ଏସବୁ ଆତଙ୍କବାଦୀ ସଂଗଠନ ଦ ରେଜିଷ୍ଟେନ୍ସ ଫ୍ରଣ୍ଟ (TRF) କରିଥିବା ମାନିଛି । ଗୁରୁବାର ସୁରକ୍ଷାବାହିନୀ ଅପରେସନ୍ ବେଳେ ପମ୍ପୋରର ଇସଫାକ ଅହମଦ ଡାରକୁ ୨ଟି ଗ୍ରେନେଡ୍ ସହ ଗିରଫ କରିଥିଲା । ଯିଏ କି ଟିଆରଏଫର ଆତଙ୍କୀ ଅଟେ ।

Know All About TRF That Claims Responsibility Of Murder Of 3 BJP Leaders In Kulgam

ଡାର ଆତଙ୍କବାଦୀ ସଂଗଠନ ଟିଆରଏଫ ସହ ଜଡ଼ିତ ଥିବା ମାନିଛି । ଗ୍ରେନେଡ୍ ଆକ୍ରମଣ ପାଇଁ ସେ ଉକ୍ତ ଅଞ୍ଚଳକୁ ଆସିଥିବା କହିଛି । ଜେରାରୁ ଜଣାପଡ଼ିଛି ପୂର୍ବରୁ ପୁଲୱାମାରେ ହୋଇଥିବା ଗ୍ରେନେଡ୍ ଆକ୍ରମଣରେ ସେ ସାମିଲ୍ ଥିଲା । ସ୍ଥାନୀୟ ଯୁବକଙ୍କୁ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ କରିବା ପାଇଁ କାମ କରୁଥିଲା । ସେ ଯୁବକଙ୍କୁ ଲୋଭ ଦେଖାଇ ସେମାନଙ୍କ ଦ୍ୱାରା ଗ୍ରେନେଡ୍ ମାଡ଼ କରୁଥିଲା । ଯେମିତି ସୁରକ୍ଷାବଳର କ୍ଷତି ହେବ । ଏମିତି ପ୍ରକାରେ ସେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି ।

ଲସ୍କରର ଅଂଶ TRF: ସୂତ୍ର

ଚଳିତ ବର୍ଷ ମାର୍ଚ୍ଚ ମାସରେ ୨ଟି ନୂଆ ଆତଙ୍କବାଦୀ ସଂଗଠନର ଗଠନ ହୋଇଛି । ଗୋଟିଏ ଟିଆରଏଫ ଓ ଅନ୍ୟଟି ତହରିକ-ଏ-ମିଲ୍ଲତ-ଏଇସଲାମି(ଟିଏମ୍ଆଇ) । ସୁରକ୍ଷା ଏଜେନ୍ସି ସୂତ୍ର ମୁତାବକ, ଟିଆରଏଫ୍ ପାକିସ୍ତାନ ସମର୍ଥିତ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ଆଗଧାଡ଼ିର ସଂଗଠନ । ସୁରକ୍ଷା ଏଜେନ୍ସି ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ ଅନୁସାରେ- ପ୍ରତିବର୍ଷ ମାର୍ଚ୍ଚ-ଏପ୍ରିଲରେ ଏମିତି ନୂଆ ସଂଗଠନ ଜନ୍ମ ନିଏ ଏବଂ ପୁଣି କିଛିମାସ ପରେ ଗାଏବ ହୋଇଯାଏ । ଏମିତି ସଂଗଠନ ନୂଆ ଆତଙ୍କୀ ସଂଗଠନ ନୁହଁନ୍ତି ବରଂ ପୂର୍ବ ଆତଙ୍କୀ ସଂଗଠନ ଅଟନ୍ତି । ତାଙ୍କର ହିଁ ଲୋକ ଅଲଗା ଅଲଗା ନାଁରେ ଗ୍ରୁପ ତିଆରି କରନ୍ତି । ଅନ୍ୟ ଆତଙ୍କୀ ସଂଗଠନର ଲୋକଙ୍କୁ ଆଣି ନିଜ ସଂଗଠନରେ ସାମିଲ୍ କରିବା ଉଦ୍ଦେଶ୍ୟରେ ଏମିକି କରିଥାନ୍ତି ।

‘ଉତ୍ସାହ ପାଇଁ ନୂଆ ସଂଗଠନ’

ଅଧିକାରୀଙ୍କ ଅନୁଯାୟୀ, ସଂଗଠନ ଅଲଗା ଅଲଗା ନାଁରେ ଆସି ନୂଆ ସଂଗଠନ ହେତୁ ନୂଆ ଉତ୍ସାହ ଦେଖାନ୍ତି । ତେବେ, ପ୍ରକୃତରେ ଏହି ସବୁ ନାଟକବାଜି । ସେ କହିଛନ୍ତି ଲସ୍କର ଲୋକ ହିଁ ଏହି ସଂଗଠନ ତିଆରି କରିଛନ୍ତି । ଯେମିତି କି ସେମାନେ ହିଜବୁଲ ସଦସ୍ୟଙ୍କୁ ସଂଗଠନରେ ସାମିଲ୍ କରିପାରିବେ । ସୁରକ୍ଷା ଏଜେନ୍ସିଙ୍କ ପ୍ରକାରେ, ଏବେବି କାଶ୍ମୀରରେ ହିଜବୁଲ ମୁଜାହିଦ୍ଦିନ, ଲସ୍କର ଓ ଜୈଶ-ଏ-ମହମ୍ମଦ ତିନୋଟି ଆତଙ୍କୀ ସଂଗଠନ ଅଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ସେମାନଙ୍କୁ ଫଣ୍ଡିଂ କରୁଛି ।

Know All About TRF That Claims Responsibility Of Murder Of 3 BJP Leaders In Kulgam

ତଥାପି, ଅସ୍ତିତ୍ୱରେ ଆସୁ ଆସୁ ଟିଆରଏଫ୍ କିଛି ମନ୍ତବ୍ୟ ଦେଇ ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନକୁ ଚ୍ୟାଲେଞ୍ଜ ଦେଇଥିଲା । ଏପ୍ରିଲ ୨୪ରେ ଆତଙ୍କବାଦୀ ଅନନ୍ତନାଗରେ ଜମ୍ମୁ-କାଶ୍ମୀର ଜଣେ ପୋଲିସ ଅଧିକାରୀଙ୍କୁ ଅପହରଣ କରି ନେଇଥିଲେ । ଯାହାକୁ ସୁରକ୍ଷା ବାହିନୀ ଉଦ୍ଧାର କରିବା ସହ ୨ ଆତଙ୍କବାଦୀ ନିହତ ହୋଇଥିଲେ । ଏହା ପରେ ଟିଆରଏଫ ବୟାନ ଜାରି କରିଥିଲା । କହିଥିଲା- କିଛିଦିନ ପୂର୍ବରୁ ଆମେ ହିଜବୁଲକୁ ଚେତାବନୀ ଦେଇଥିଲୁ କି କାଶ୍ମୀର ପୋଲିସ ଓ ଜନତାଙ୍କୁ ମାରିବା ବନ୍ଦ କର । ସେମାନେ ପୁଣି ଜମ୍ମୁ-କାଶ୍ମୀରର ଜଣେ ପୋଲିସକୁ ଅପହରଣ କରିଥିଲେ ।

ହିଜବୁଲକୁ ବୁଝିବା ଉଚିତ୍ ଆମ ଲଢ଼େଇ ସେନା କି କାଶ୍ମୀରବାସୀଙ୍କ ସହ ନୁହେଁ । ଆମେ ଏହି ଲୋକଙ୍କ ବିନା ସମର୍ଥନରେ ସେନା ସହ ଲଢ଼ି ପାରିବା ନାହିଁ । ଏଥିରେ ଏହା ବି କୁହାଯାଇଥିଲା କି- ହିଜବୁଲର ଜଣେ କମାଣ୍ଡର ଏବେ ଟିଆରଏଫରେ ସାମିଲ ହୋଇଛି । ଏଥିସହ କହିଥିଲା- ଯଦି ହିଜବୁଲ ପୋଲିସ ଓ ଲୋକଙ୍କୁ ମାରିବା ବନ୍ଦ ନକରିବ ତ ଚେତାବନୀ ଦେବୁନି, ସିଧା ଆକ୍ସନ୍ ନେବୁ ।

Know All About TRF That Claims Responsibility Of Murder Of 3 BJP Leaders In Kulgam

ଗୁଇନ୍ଦା ସୂତ୍ର ଅନୁସାରେ, କାଶ୍ମୀର ଲୋକ ପାକିସ୍ତାନୀ ଓ ପାକିସ୍ତାନ ସମର୍ଥିତ ଆତଙ୍କୀ ଦ୍ୱାରା ବିରକ୍ତ ହୋଇ ସାରିଲେଣି । ଏଥିପାଇଁ ସେମାନେ ଆତଙ୍କୀଙ୍କ ସୂଚନା ଦେବାରେ ଲାଗିଛନ୍ତି । ଆତଙ୍କୀଙ୍କ ରାସ୍ତାରେ ଯାଉଥିବା ସ୍ଥାନୀୟ ଯୁବକ ମଧ୍ୟ ବିଦେଶୀ ଆତଙ୍କବାଦୀଙ୍କ ଦ୍ୱାରା ହଇରାଣ ହେଉଛନ୍ତି । ଏଥିସହ ଆତଙ୍କବାଦୀ ସଂଗଠନର ଭିନ୍ନ ଭିନ୍ନ ବିଚାରଧାରା ଓ ସେମାନଙ୍କ ମଧ୍ୟରେ ଝଗଡ଼ା ଏବେ ଯୁଦ୍ଧରେ ପରିଣତ ହୋଇଛି । ୨୦୧୯ ଜୁନରେ ଅନନ୍ତନାଗ ବେଦବେହାରାରେ ରାତିରେ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଲଢ଼େଇରେ ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ ଜଣେ ଆହତ ହୋଇଥିଲା । ଯାହାକୁ ଗିରଫ କରିଥିଲା ସୁରକ୍ଷାବଳ ।

ଝଗଡ଼ାର କାରଣ କଣ ?

ଗୁଇନ୍ଦା ସୂତ୍ର ଅନୁସାରେ, ହିଜବୁଲ୍ ମୁଜାହିଦ୍ଦିନ ଓ ଲସ୍କର ଏ ତୋଏବା ଆତଙ୍କବାଦୀ ଇସଲାମିକ ଷ୍ଟେଟ ହିନ୍ଦୁ ପ୍ରୋଭିନ୍ସର ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲେ । ଆତଙ୍କୀ ସଂଗଠନ ମଧ୍ୟରେ ବିଚାରଧାରାକୁ ନେଇ ଲଢ଼େଇ ହୋଇଥାଏ । ଏଥିସହ ବିଦେଶୀ ଆତଙ୍କବାଦୀ ଓ ପ୍ରୋ-ପାକିସ୍ତାନୀ ଆତଙ୍କବାଦୀଙ୍କ ମନମୁଖି ଶାସନକୁ ନେଇ ସ୍ଥାନୀୟ ଆତଙ୍କବାଦୀ ଚିନ୍ତିତ ଅଛନ୍ତି । ସୂତ୍ର ଅନୁସାରେ ଆଇଏସଏଚପି ଓ ଏଜିଏଚ ଆତଙ୍କୀ ଇସଲାମିକ ଟେଷ୍ଟ ପାଇଁ ଲଢ଼ୁଛନ୍ତି । ଏବଂ ସମ୍ପୂର୍ଣ୍ଣ ଭାବେ ଇସଲାମକୁ ଅନୁସରଣ କଥା କହୁଛନ୍ତି । ପାଞ୍ଚଥର ନମାଜ ପଢ଼ନ୍ତି । ଏଥିରେ ସ୍ଥାନୀୟ ଆତଙ୍କବାଦୀ ଅଛନ୍ତି ଯାହାକୁ ଲୋକ ସହାନୁଭୂତି ଦେଇଥାନ୍ତି ।

ସେହିଭଳି ହିଜବୁଲ ମୁଜାହିଦ୍ଦିନ ଓ ଲସ୍କର ୨ଟି ସଂଗଠନ ପ୍ରୋ-ପାକିସ୍ତାନୀ ଅଟନ୍ତି । ଏବଂ କାଶ୍ମୀରକୁ ପାକିସ୍ତାନରେ ସାମିଲ୍ କରିବା କଥା କୁହନ୍ତି । ଉଭୟଙ୍କ ମଧ୍ୟରେ ଏହି ବିଚାରଧାରକୁ ନେଇ ଲଢ଼େଇ ତ ହୁଏ ଏଥିସହ ହିଜବୁଲ ଓ ଲସ୍କରର ବିଦେଶୀ ଆତଙ୍କୀ କାଶ୍ମୀର ଲୋକଙ୍କ ଉପରେ ଅତ୍ୟାଚାର କରନ୍ତି । ବିଶେଷକରି ମହିଳାଙ୍କ ସହ । ସେମାନେ କାହାରି ବି ଘରେ ପଶି ମହିଳାଙ୍କୁ ଅସଦାଚରଣ କରନ୍ତି । ଯାହାର ବିରୋଧରେ ଅଛନ୍ତି ସ୍ତାନୀୟ ଆତଙ୍କବାଦୀ । ପ୍ରୋ-ପାକିସ୍ତାନ ଆତଙ୍କୀ ସଂଗଠନରୁ କେତେକ ଆତଙ୍କବାଦୀ ଆଇଏସଏଚପି ଓ ଏଜିଏଚରେ ସାମିଲ୍ ହୋଇଛନ୍ତି । କାରଣ ସେମାନେ କାଶ୍ମୀର ମହିଳାଙ୍କ ସହ ଅତ୍ୟାଚାର କରୁଥିବା ବିଦେଶୀ ଆତଙ୍କୀଙ୍କ ବିରୋଧୀ ।

Leave a Reply