ଜାଣନ୍ତୁ ନୂଆ ୪୮ ଆକ୍ରାନ୍ତଙ୍କ ସମ୍ପର୍କରେ… କେଉଁଠୁ ଆସିଥିଲେ ?

1 min read

ଭୁବନେଶ୍ୱର: ଚିହ୍ନଟ ହୋଇଥିବା ନୂଆ ୪୮ ଆକ୍ରାନ୍ତଙ୍କ ତଥ୍ୟ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଛି । ଗଞ୍ଜାମରୁ ଚିହ୍ନଟ ହୋଇଥିବା ୧୨ ଆକ୍ରାନ୍ତ, ସୁରତ ଫେରନ୍ତା । ଗୁଜରାଟରୁ ଫେରିବା ପରେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ସୁନ୍ଦରଗଡ଼ ଓ ଦେବଗଡ଼ରୁ ଆସିଥିବା ଗୋଟିଏ ଲେଖାଏଁ ମାମଲା ମଧ୍ୟ ଗୁଜରାଟ ଫେରନ୍ତା । ଦୁହେଁ କ୍ୱାରେଣ୍ଟାଇନରେ ଥିଲେ ।

ଭଦ୍ରକରୁ ଚିହ୍ନଟ ୬ ସଂକ୍ରମିତ ପଶ୍ଚିମବଙ୍ଗରୁ ଫେରିବା ପରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ନୟାଗଡ଼ରୁ ଚିହ୍ନଟ ହୋଇଥିବା ୩ ସଂକ୍ରମିତ ଓଡ଼ଗାଁ ଅଞ୍ଚଳର । ସେମାନେ ସୁରତରୁ ଆସିବା ପରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ।

ପୁରୀରୁ ୧୦ଟି ନୂଆ ସଂକ୍ରମିତ ମାମଲା ମଧ୍ୟ ସୁରତ ସହ ସମ୍ପର୍କିତ, ଆକ୍ରାନ୍ତ କ୍ୱାରେଣ୍ଟାଇନରେ ଥିଲେ । କଟକରୁ ଚିହ୍ନଟ ଜଣେ ଆକ୍ରାନ୍ତ ଗୁଜରାଟରୁ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ ।

ପ୍ରବାସୀଙ୍କ ପାଇଁ ରାସ୍ତାରେ ଗଡ଼ିବ ସରକାରଙ୍କ ମୋ ବସ୍‌, ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଯିବ ଏହି ବସ୍‌

ବାଲେଶ୍ୱର ୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ଅନ୍ୟ ରାଜ୍ୟରୁ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ । ଅନ୍ୟ ଜଣେ ସଂକ୍ରମିତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ୭ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ୨ ସୁରତ, ଜଣେ ମହାରାଷ୍ଟ୍ର, ଜଣେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟାଇନରେ ଥିଲେ ।

ରାଜ୍ୟରେ ଆଉ ୪୮ କରୋନା ସଂକ୍ରମିତ ଚିହ୍ନଟ, ମାମଲା ୬୭୨କୁ ବୃଦ୍ଧି

Leave a Reply