ଅନଲାଇନ୍ ଫ୍ରଡ୍‌ର ଶିକାର ହେଲେ କେମିତି କରିବେ ଅଭିିଯୋଗ ?

1 min read

ଇଣ୍ଟରନେଟ୍ ଆସିବା ପରଠାରୁ ଫୋନ୍ ହୋଇଗଲା ସ୍ମାର୍ଟଫୋନ୍ । ଏହି ସ୍ମାର୍ଟଫୋନ୍ ମାନବଜାତିକୁ ନୂଆ ଦିଗ ଦେଖାଇଲା । ଏହାକୁ ଆପଣ ଆପଣ ମାର୍ଗଦର୍ଶକ ମଧ୍ୟ କହିପାରିବେ । ଏହା ମଧ୍ୟରେ ସେ ସବୁ ସମ୍ଭବ ହେଉଛି ଯାହା କେହି କଳ୍ପନା ମଧ୍ୟ କରିନଥିବେ । ଦିନକୁ ଦିନ ଦେଶରେ ଯେତେ ମାତ୍ରାରେ ଇଣ୍ଟରନେଟ୍ ବ୍ୟବହାର ବଢୁଛି ସେହି ମାତ୍ରାରେ ସାଇବର କ୍ରାଇମ୍ ମଧ୍ୟ ବଢୁଛି ।

ଦିନ ଥିଲା ଯେତେବେଳେ ଲୋକ କମ୍ ସଂଖ୍ୟାରେ ଇଣ୍ଟରନେଟ୍ ବ୍ୟବହାର କରୁଥିଲେ । କାରଣ ଏଥିପାଇଁ ଅଧିକ ଟଙ୍କା ବ୍ୟୟ କରିବାକୁ ପଡ଼ୁଥିଲା । ଏବେ କିନ୍ତୁ ସେ ସମୟ ନାହିଁ । ଏହି ସେବା କମ୍ ଶୁଳ୍କରେ ଉପଲବ୍ଧ । ଏହାଦ୍ୱାରା ବ୍ୟାଙ୍କିଂ ସେବା ମଧ୍ୟ ସରଳ ହୋଇ ଯାଇଛି ।

ଆଲୋଚନାର ବିଷୟ ହେଉଛି ଯେତେବେଳେ ଏତେ ସବୁ ଅନଲାଇନରେ ହେଉଛି ସେତେବେଳେ ଅପରାଧୀଙ୍କ ନଜର ଏହା ଉପରେ ପଡ଼ିବା ସ୍ୱଭାବିକ କଥା । ବିଶେଷକରି ଡାଟା ଚୋରି, ଅନଲାଇନ ସପିଂ ଏବଂ ଡିଜିଟାଲ ପେମେଣ୍ଟ କରି ଲୋକ ସମସ୍ୟାରେ ପଡ଼ୁଛନ୍ତି । ପ୍ରତିଦିନ ସାଇବର କ୍ରାଇମକୁ ନେଇ ନୂଆ ନୂଆ ଘଟଣା ଦେଖିବାକୁ ମିଳୁଛି । ଯଦି ଆପଣଙ୍କ ସହିତ ସେହିଭଳି କିଛି ଘଟଣା ଘଟିଛି ବା ଆପଣ ସାଇବର କ୍ରାଇମର ଶୀକାର ହୋଇଛନ୍ତି ଏବଂ ଆପଣ ଅଭିଯୋଗ କରିବାର ସ୍ଥାନ ଏବଂ ପ୍ରଣାଳୀ ବିଷୟରେ ଜାଣି ନାହାଁନ୍ତି ତେବେ ଏହି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।

• ଯଦି ଆପଣ ସାଇବର କ୍ରାଇମର ଶୀକାର ହୋଇଛନ୍ତି ତେବେ, ଏଥିପାଇଁ ସର୍ବପ୍ରଥମେ ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟିଙ୍ଗ୍ ପୋର୍ଟାଲର ଅଫିସିଆଲ ଓ୍ୱେବସାଇଟକୁ ଯିବାକୁ ପଡ଼ିବ ।
• ଏହି ଓ୍ୱେବସାଇଟ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ।
• ଏହି ଓ୍ୱେବସାଇଟକୁ ଯିବାପାଇଁ ଆପଣଙ୍କୁ cybercrime.govt.in ଉପରେ କ୍ଲିକ୍ କରିବାକୁ ପଡ଼ିବ ।
• ଏହାକୁ କ୍ଲିକ କରିବା ପରେ ଫୋନ ନମ୍ବର, ନାଁ ଏବଂ ଅନ୍ୟ କେତେକ ସୂଚନା ଦାଖଲ କରିବାକୁ ପଡ଼ିବ ।
• ଏଥିରେ ଆପଣ ନିଜ ନାମକୁ ଗୁପ୍ତ ରଖି ମଧ୍ୟ ଅଭିଯୋଗ କରିବାର ବିକଳ୍ପ ରହିଛି ।
• ଯଦି ଆପଣ କ୍ରାଇମ କ୍ୟାଟେଗୋରୀ ଚୟନ କରୁଛନ୍ତି ତେବେ ଆପଣଙ୍କୁ ଅପରାଧୀର ନାମ,ସ୍ଥାନ ଏବଂ ପ୍ରମାଣ ଦେବାକୁ ପଡ଼ିବ । ସମସ୍ତ ତଥ୍ୟ ଦାଖଲ ପରେ ଅଭିଯୋଗ ପଞ୍ଜିକୃତ ହେବ ।
• ଅଭିଯୋଗ ଦାଖଲ ପରେ ଷ୍ଟାଟସ୍ ଜାଣିବା ପାଇଁ ଆପଣଙ୍କୁ ଟ୍ରାକ୍ କରିବାକୁ ପଡ଼ିବ । ଏହାକୁ ଟ୍ରାକ୍ କରିବା ପାଇଁ ଅଫିସିଆଲ ସାଇଟକୁ ଯିବାକୁ ପଡ଼ିବ । ଲଗିନ କରିବା ପରେ ରିପୋର୍ଟ ଆଣ୍ଡ୍ ଟ୍ରାକ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ ।

Leave a Reply