କେରଳରେ ଲଗାଣ ବର୍ଷାର ପ୍ରକୋପ: ଭୂସ୍ଖଳନରେ ୧୨ ଜଣଙ୍କର ମୃତ୍ୟୁ,ବଢ଼ିପାରେ ମୃତ୍ୟୁ ସଂଖ୍ୟା

କେଳର: ମୁମ୍ବାଇ ପରେ କେରଳରେ ଜଳପ୍ରଳୟ  । ଇଡୁକ୍କୀ ଜିଲ୍ଲାର ରାଜମଲାଇ ଅଂଚଳରେ ଭୂସ୍ଖଳନ  । କେରଳରେ କିଛି ଦିନ ହେବ ଲଗାଣ ବର୍ଷା ପାଇଁ ଏଭଳି ଘଟଣା ଘଟିଛି । ରାଜମାଲା ପାହଡ ଧସିବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ସେହି ଅଞ୍ଚଳରେ ୮୦ରୁ ଅଧିକ ଲୋକ ବସବାସ କରୁଥିବାରୁ ମାଟିତଳେ ସେମାନେ ଫସି ରହିଥିବା ଆଶଂକା କରାଯାଉଛି । ଦୁର୍ଘଟଣାରେ ୧୦ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଛି । କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଘଟଣାସ୍ଥଳକୁ ମୋବାଇଲ ଟିମ ଓ ୧୪ ଆମ୍ବୁଲାନ୍ସ ପଠାଯାଇଛି । କେରଳର ଅନେକ ସ୍ଥାନରେ ଲଗାତର ବର୍ଷା ଜାରି ରହିଛି ।

ରେସ୍କ୍ୟୁ ଅପରେସନ ଜାରି ରହିଛି । କେରଳର ବିଭିନ୍ନ ଟିମ କେରଳରେ ଉଦ୍ଧାରକାର୍ଯ୍ୟରେ ଲାଗି ରହିଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଂକା କରାଯାଉଛି । ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମଧ୍ୟ ଘଟଣା ଉପରେ ସତର୍କ ନଜର ରଖିଥିବା କହିଛନ୍ତି  । ତୁରନ୍ତ ଘଟଣାସ୍ଥଳକୁ ବାୟୁସେନା ହେଲିକଟ୍ପର ଓ ଗୋଟିଏ ଏନଡିଆରଏଫ ଟିମ ପଠାଯାଇଛି ବୋଲି ଟ୍ୱିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଉ ଗୋଟିଏ ଏନଡିଆରଏଫ ଟିମ ଥିସୁରରୁ ଯାତ୍ରା ଆରମ୍ଭ କରିଛି । ବନବିଭାଗ ମଧ୍ୟ ସେଠାରେ ପହଞ୍ଚି ଉଦ୍ଧାର କାମରେ ସାମିଲ ହୋଇଛି । ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ ଗତକାଲି ଏଠାରେ ଏକ ପୋଲ ଭୁଶୁଡିପଡିଥିବାରୁ ଏଠାରେ ପହଞ୍ଚିବା ମୁସ୍କିଲ ହୋଇପଡ଼ିଛି । ଅନ୍ୟପଟେ ଲଗାଣ ବର୍ଷା ଏବେ ତାର ପ୍ରକୋପ ଜାରି ରିଖିଛି  ।

Leave a Reply