ଖାଁ ଖାଁ ନନ୍ଦନକାନନ, ଛୁଟି ଦିନରେ ବି ଆସୁନାହାନ୍ତି ପର୍ଯ୍ୟଟକ…

Nandankanan

ଭୁବନେଶ୍ୱର: ପର୍ଯ୍ୟଟକଙ୍କ କୋଳାହଳରେ ଫାଟି ପଡୁଥିବା ପରିବେଶ ଏବେ ଲାଗୁଛି ଖାଁ ଖାଁ । ପୂର୍ବଭଳି ଲୋକଙ୍କ ଗହଳି କମିଯାଇଛି । କରୋନା କଟକଣାକୁ ଗୁରୁତ୍ୱ ଦିଆଯାଉଥିଲେ ସୁଦ୍ଧା ବ୍ୟବସ୍ଥା ସବୁ ବନ୍ଦ ଥିବାରୁ ନିରାଶ ହେଉଛନ୍ତି ପର୍ଯ୍ୟଟକ । ପର୍ଯ୍ୟଟନ ଋତୁରେ ବି କମିଛି ପର୍ଯ୍ୟଟକଙ୍କ ସଂଖ୍ୟା ।

ଅକ୍ଟୋବର ୪ରୁ ଖୋଲିଛି ନନ୍ଦନକାନନ ପ୍ରାଣୀଉଦ୍ୟାନ । କଟକଣାରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦିଆଯାଇଛି ପ୍ରାଥମିକତା । ଏଣ୍ଟ୍ରି ସମୟରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ୍‌କୁ ଗୁରୁତ୍ୱ ଦିଆଯାଇଛି । ହେଲେ ଆଗଭଳି ଆସୁନାହାନ୍ତି ପର୍ଯ୍ୟଟକ । ଦୈନିକ ସଂଖ୍ୟା କମିଥିବା ବେଳେ ରବିବାର ଛୁଟି ଦିନରେ ସଂଖ୍ୟା ୩ ହଜାର ରହୁଛି ।

ସେପଟେ ପର୍ଯ୍ୟଟକଙ୍କ ପାଇଁ ହୋଇଥିବା ସମସ୍ତ ବ୍ୟବସ୍ଥା ବନ୍ଦ ରହିଛି । ବୋଟିଂ, ୪ଟି ସଫାରୀ ସହ ବୁଲିବା ପାଇଁ ଥିବା ବ୍ୟାଟେରୀ ଚାଳିତ ଗାଡ଼ି ଓ ଶିଶୁଙ୍କ ଟଏ ଟ୍ରେନ୍ ବି ବନ୍ଦ ରହିଛି । କେବଳ ସେତିକି ନୁହେଁ ଅନେକ ଖୁଆଡ଼ ବି ଫାଙ୍କା ଫାଙ୍କା ଦିଶୁଛି । ଯାହା ଫଳରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ସବୁ ନିରାଶ ହୋଇ ଫେରୁଛନ୍ତି । ସାଧାରଣତଃ ବର୍ଷତମାମ ଏଠାରେ ଲାଗିଥାଏ ଭିଡ । ହେଲେ ଭୂତାଣୁ ଭୟରେ ଏଥିରେ ସାମାନ୍ୟ ଭିନ୍ନତା ପରିଲକ୍ଷିତ ହୋଇଛି ।

Leave a Reply