ହଟସ୍ପଟ୍ ଓ ସହରରେ ସ୍ଥାନୀୟ ଗୋଷ୍ଠୀ ସଂକ୍ରମଣ ସମ୍ଭାବନା

1 min read

ନୂଆଦିଲ୍ଲୀ: ଦେଶରେ କରୋନା ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ଦେଶରେ ୪୦ ହଜାର ୪୨୫ଟି ନୂଆ ସଂକ୍ରମଣ କେସ୍ ଚିହ୍ନଟ ହୋଇଥିବା ବେଳେ ୬୮୧ ଜଣଙ୍କ ମୃତ୍ୟୁ ହୋଇଛି । କରୋନାର ବୃଦ୍ଧି ମାମଲା ଭିତରେ ଏହା ଅଦ୍ୟାବଧି ସର୍ବାଧିକ ମାମଲା । ଏଥିସହ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ପାର୍ କରିଛି । ଦେଶରେ ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ଲୋକେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ଆଲୋଚନା କରୁଛନ୍ତି । ଅନ୍ୟପଟେ ମଣିଷ ଦେହରେ ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହୋଇଛି ।

russia vaccine

ଦେଶର କିଛି ସ୍ଥାନରେ ସଂକ୍ରମଣ ଶିଖରରେ ପହଞ୍ଚିଛି । ଦିଲ୍ଲୀରେ ସଂକ୍ରମଣ ଶିଖର ଛୁଇଁବା ପରେ ମାମଲା ହ୍ରାସ୍ ପାଉଥିବା କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶ ରଣଦୀପ ଗୁଲେରିଆ । ଦେଶର ଅନ୍ୟ କିଛି ସ୍ଥାନରେ ସଂକ୍ରମଣ ବଢ଼ୁଛି, ଏଭଳି କିଛି ସମୟ ପାଇଁ ହେବ । ଯଦି ଆମେ ଦକ୍ଷିଣ-ପୂର୍ବ ଏସିଆ କଥା ଦେଖିବା ତେବେ, ଭାରତରେ ମୃତ୍ୟୁ ହାର କମ୍ ରହିଛି । ଇଟାଲୀ, ସ୍ପେନ୍ ଓ ଆମେରିକାକୁ ଦେଖିଲେ ଏହା ବୁଝି ହେବ ।

ରଣଦୀପ ଗୁଲେରିଆ ଦେଶରେ ଗୋଷ୍ଠୀ ସଂକ୍ରମଣ ବା କରୋନାର ତୃତୀୟ ପର୍ଯ୍ୟାୟ ଉପରେ ମତ ରଖିଛନ୍ତି । ଏବେ ଯାଏଁ ଜାତୀୟ ସ୍ତରରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ କୌଣସି ପ୍ରମାଣ ନାହିଁ । କିନ୍ତୁ, ହଟସ୍ପଟ୍ ଏବଂ ସହରରେ ବଢ଼ୁଥିବା ସଂକ୍ରମଣ ମାମଲା ସ୍ଥାନୀୟ ଗୋଷ୍ଠୀ ସଂକ୍ରମଣ ସମ୍ଭାବନା ଦେଖାଉଥିବା କହିଛନ୍ତି ।

ଅନ୍ୟପଟେ ଭ୍ୟାକ୍ସିନର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ୧୮ରୁ ୫୫ ବର୍ଷୀୟ ସ୍ୱେଚ୍ଛାସେବୀଙ୍କୁ ବଛାଯାଇଛି । ଯେଉଁମାନେ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ନାହାଁନ୍ତି । ପ୍ରଥମ ପର୍ଯ୍ୟାୟରେ ୧୧୨୫ ଜଣଙ୍କ ନମୁନା ସଂଗ୍ରହ ହୋଇଥିବା ବେଳେ ୩୭୫ ଜଣଙ୍କ ଦେହରେ ଭ୍ୟାକ୍ସିନ ପରୀକ୍ଷଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ୧୨ରୁ ୬୫ ବୟସ୍କ ୭୫୦ ଜଣ ଲୋକଙ୍କୁ ସାମିଲ୍ କରାଯିବ ବୋଲି ସୂଚନା ଦେଇଛନ୍ତି ଏମ୍ସ ନିର୍ଦ୍ଦେଶକ ।

ଚୀନରୁ ବ୍ୟାପିପାରେ କରୋନା ଠାରୁ ଆହୁରି ଭୟଙ୍କର ଭାଇରସ୍, ବୈଜ୍ଞାନିକ କହିଲେ କାରଣ…

Leave a Reply